ପୁରୀ (ଏଟିଆର ବ୍ୟୁରୋ): ଶ୍ରୀଜିଉଙ୍କ ଅପୂର୍ବ ମାନବୀୟ ଲୀଲା । ମଣିଷ ଭଳି ଶ୍ରୀବିହ ମଧ୍ୟ ଧାରଣ କରନ୍ତି ଶୀତବସ୍ତ୍ର । ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ଶ୍ରୀମନ୍ଦିରରେ ଶ୍ରିଜିଉଙ୍କର ଅନୁଷ୍ଠିତ ହୁଏ ଘୋଡ ଲାଗି ବେଶ । ଶୀତ ପୋଷକ ପରିଧାନ କରନ୍ତି ଶ୍ରୀବିଗ୍ରହ । ଓଢଣ ଷଷ୍ଠୀ ଅବସରରେ ଏହି ବେଶ ଅନୁଷ୍ଠିତ ହୋଇଥାଏ ।
ମାର୍ଗଶୀର ଶୁକ୍ଳ ଷଷ୍ଠୀରୁ ମାଘ ସପ୍ତମୀ ଯାଏଁ ଶ୍ରୀବିଗ୍ରହଙ୍କ ଏହି ଘୋଡ ଲାଗି ନୀତି ହୋଇଥାଏ । ଶ୍ରୀମନ୍ଦିରରେ ପାରମ୍ପରି ଦର୍ଜି ଦେବକମାନେ ଶ୍ରୀଜିଉଙ୍କ ନିମନ୍ତେ ଏହି ସ୍ୱତନ୍ତ୍ର ଶୀତବସ୍ତ୍ର ତିଆରି କରିଥାନ୍ତି ।