ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିକାଲିର ପ୍ରତ୍ୟେକ ବ୍ୟକ୍ତିଙ୍କ ଇଛା ଯେପରି ସେମାନଙ୍କର କୌଣସି ଆର୍ଥିକ ସମସ୍ୟା ନଉପୁଜୁ । ସେଥିପାଇଁ ସେମାନେ ଖୁବ୍ ପରିଶ୍ରମ ମଧ୍ୟ କରିଥାନ୍ତି । ଠିକ୍ ସେହିଭଳି ଘରେ ବି ସେମାନଙ୍କର ସୁଖ ସମୃଦ୍ଧି ଜଡିତ ହୋଇ ଥାଏ । କୁହାଯାଏ କି ଯଦି ଘରେ ବାସ୍ତୁ ଦୋଷ ରହିଛି ତେବେ ବ୍ୟକ୍ତିଙ୍କୁ ମାନସିକ ଏବଂ ଆର୍ଥିକ ସ୍ଥିତିର ସାମ୍ନା କରିବାକୁ ପଡିପାରେ । କିନ୍ତୁ ଆଜି ଆମେ ଆପଣଙ୍କୁ ବାସ୍ତୁ ଦୋଷରୁ ମୁକ୍ତି ପାଇବା ପାଇଁ କିଛି ଉପାୟ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଆପଣାଇବା ପରେ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହୋଇଯିବ ।
ଗଣେଶ ଭଗବାନଙ୍କ ନୃତ୍ୟ କରୁଥିବା ପ୍ରତିମା: ପ୍ରତ୍ୟେକ ବ୍ୟକ୍ତି ଜାଣିଥିବେ ଯେ କୌଣସି ଶୁଭକାମ ପାଇଁ ଗଣେଶ ମହାପ୍ରଭୁଙ୍କୁ ପ୍ରଥମେ ପୂଜା କରାଯାଇଥାଏ । ତାଙ୍କ ନାଁ କୁ ଜପ କରିବା ଏବଂ ତାଙ୍କର କୌଣସି ରୂପକୁ ପୂଜା କରିବା ଶୁଭଫଳଦାୟୀ ହୋଇଥାଏ । ଯଦି ଆପଣ ଘରର ସୁଖ ସମୃଦ୍ଧି ଚାହୁଁଛନ୍ତି ତେବେ ଗଣେଶଙ୍କ ନୃତ୍ୟ କରୁଥିବା ଫଟୋ ଘରେ ଲଗାଇବା ଉଚିତ୍ ।
ମା ଲକ୍ଷ୍ମୀ ଏବଂ କୁବେର ମୂର୍ତ୍ତି: ପତ୍ୟେକ ଘରେ ମା ଲକ୍ଷ୍ମୀଙ୍କ ପ୍ରତିମା ଦେଖିବାକୁ ମିଳିଥାଏ । ଏହାସହିତ ଯଦି ଆପଣ ଭଗବାନ କୁବେରଙ୍କ ଫଟୋ ଲଗାଉଛନ୍ତି ତେବେ ଆପଣଙ୍କ ଧନ ସ୍ଥିର ହେବା ସହ ଖର୍ଚ୍ଚ କମ ହୋଇଥାଏ । ସ୍ଥାୟୀ ଧନ ପ୍ରାପ୍ତି ପାଇଁ ଲକ୍ଷ୍ମୀଙ୍କ ସହିତ କୁବେରଙ୍କର ବି ପୂଜା କରିବା ଉଚିତ୍ ।
ବଇଁଶି: ବାସ୍ତୁ ଦୋଷ ଦୂର କରିବାରେ ବଇଁଶିର ଖାସ୍ ମହତ୍ୱ ରହିଛି । ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବ୍ୟକ୍ତିକୁ ଚାନ୍ଦୀର ବଇଁଶି ଘରେ ରଖିବା ଉଚିତ୍ । ଆପଣ ଚାହିଁଲେ ଘରେ ସୁନା ବଇଁଶି ବି ରଖିପାରିବେ । ବାସ୍ତୁ ଶାସ୍ତ୍ର ଅନୁସାରେ ସୁନା ବଇଁଶି ଘରେ ରଖିବା ଦ୍ୱାରା ଲକ୍ଷ୍ମୀଙ୍କ କୃପାଲାଭ ହୋଇଥାଏ । ଯଦି ଆପଣଙ୍କ ପାଖରେ ଚାନ୍ଦୀ କିମ୍ବା ସୁନା ବଇଁଶି ରଖିବା ସମ୍ଭବ ହୋଇପାରୁନି ତେବେ ଆପଣ ବାଉଁଶ ବଇଁଶି ବି ରଖିପାରନ୍ତି ।
ଶଙ୍ଖ: ଯଦି ଆପଣ ଘରେ ଶଙ୍ଖ ରଖୁଛନ୍ତି ତେବେ ସମ୍ପୂର୍ଣ୍ଣ ଘରର ବାତାବରଣ ବଦଳି ଯାଇଥାଏ । ଏହାସହିତ ଘରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । ଯଦି ଆପଣ ଘରେ ମା ଲକ୍ଷ୍ମୀଙ୍କୁ ସ୍ଥାପନା କରୁଛନ୍ତି ତେବେ ଏହାସହିତ ଆପଣ ଶଙ୍ଖ ବି ଆଣିପାରିବେ ।
ନଡିଆ: ଶାସ୍ତ୍ରରେ ନଡିଆକୁ ଶ୍ରୀଫଳ ବୋଲି କୁହାଯାଏ ଏବଂ ଏହା ମା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାଏ । ବାସ୍ତୁ ଅନୁସାରେ ଯେଉଁ ଘରେ ନଡିଆ ରଖାଯାଏ ସେଠାରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଏହାସହିତ ଅର୍ଥ ଅଭାବ ବି ଦେଖାଯିବ ନାହିଁ ।