ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯେଉଁ ବ୍ୟକ୍ତିଙ୍କ ଉପରେ ମା’ ଲକ୍ଷ୍ମୀଙ୍କର କୃପା ଲାଭ ଥିବ ସେମାନଙ୍କର ବିଲକୁଲ୍ ଆର୍ଥିକ ସମସ୍ୟା ଦେଖା ଦେଇନଥାଏ । ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ୱପ୍ନ ସଫଳତା ହାସଲ କରିବା । କିନ୍ତୁ ଏହା ସମସ୍ତଙ୍କ କ୍ଷେତ୍ରରେ ସମ୍ଭବ ହୋଇନଥାଏ । ମା’ ଲକ୍ଷ୍ମୀ ସମସ୍ତଙ୍କ ଠାରେ କୃପା ଲାଭ କରିନଥାନ୍ତି । କିଛି ଲୋକ ଧନ ପ୍ରାପ୍ତିର ଇଛା ରଖିଥାନ୍ତି ସତ କିନ୍ତୁ ସେମାନଙ୍କୁ ଜଣାନଥାଏ କିଭଳି ମା’ ଲକ୍ଷ୍ମୀଙ୍କୁ ଖୁସି କରିବେ । ତେବେ ଆସନ୍ତୁ ଜାଣିବା ମା’ ଲକ୍ଷ୍ମୀଙ୍କୁ ପ୍ରଶନ୍ନ କରିବାର କିଛି ଉପାୟ ।
– ହିନ୍ଦୁ ଧର୍ମରେ ପାଣି ସୁରେଇ ଘରେ ରଖିବା ଶୁଭ ହୋଇଥାଏ । ଏହି ସୁରେଇରେ ପାଣି ରଖିବା ଦ୍ୱାରା ଶୀଥିଳତା ପ୍ରମାଣ ମିଳିଥାଏ । ଏହାଦ୍ୱାରା କେବଳ ଶୋସ ମେଣ୍ଟି ନଥାଏ ବରଂ ଏହା ଘରର ଦାରିଦ୍ର୍ୟତା ଦୂର କରିବାରେ ସାହାର୍ଯ୍ୟ କରିଥାଏ ।
– ଘରେ ନିୟମିତ ଭାବେ ପଞ୍ଚମୁଖୀ ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା କଦାପି ବ୍ୟକ୍ତି ଜୀବନରେ ଧନ କମ ହୋଇନଥାଏ । ସେଥିପାଇଁ ପ୍ରତ୍ୟେକ ଦିନ ଘରେ ହନୁମାନଙ୍କୁ ପୂଜା କରନ୍ତୁ ।
– ହିନ୍ଦୁ ଧର୍ମରେ ଘରେ ବାସ୍ତୁ ମୂର୍ତ୍ତି ବା ଫଟୋ ଲଗାନ୍ତୁ । ଏହାଦ୍ୱାରା ବାସ୍ତୁ ଦୋଷ ଦୂର ହେବା ସହିତ ଧନ ପ୍ରାପ୍ତି ହୋଇଥାଏ ।