ଭୁବନେଶ୍ୱର (ଏଟିଆର ବ୍ୟୁରୋ):ହିନ୍ଦୁ ଧର୍ମରେ ପୂଜା ପାଠ ସହିତ ମନ୍ତ୍ର ଯପ କରିବାକୁ ବିଶେଷ ମହତ୍ୱ ଦିଆ ଯାଇଥାଏ । ଶାସ୍ତ୍ର ଅନୁଯାୟୀ କୌଣସି ପୂଜାର ହୋମ ବିନା ମନ୍ତ୍ର ଉଚ୍ଚାରଣରେ ସଂପୂର୍ଣ୍ଣ ହୋଇନଥାଏ । ମନ୍ତ୍ର ଯପ କରିବା ଦ୍ୱାରା ବ୍ୟକ୍ତିଙ୍କୁ ମୁକ୍ତ ବା ମୋକ୍ଷର ପ୍ରାପ୍ତି ହୋଇଥାଏ ।
ଧାର୍ମିକ ଗ୍ରନ୍ଥ ଅନୁସାରେ ମନ୍ତ୍ର ଦୁଇ ପ୍ରକାରର ହୋଇଥାଏ । ଗୋଟେ ମନ୍ତ୍ର ଏଭଳି ଯାହାକୁ ସମସ୍ତେ ଯପ କରିପାରିବେ । ଏବଂ ଅନ୍ୟ ଏକ ମନ୍ତ୍ରକୁ କେବଳ ବିଶେଷ ବ୍ୟକ୍ତି ହିଁ ଯପ କରିପାରିବେ ।
ପ୍ରତ୍ୟେକ ମନ୍ତ୍ରର ଗୋଟେ ଗୋଟେ ଶଦ୍ଧର ବିଶେଷ ମହତ୍ୱ ରହିଛି । ସେଥିପାଇଁ କୁହାଯାଏ ଯେକୌଣସି ମନ୍ତ୍ର ଯପ କଲା ବେଳେ ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍ । କାରଣ ମନ୍ତ୍ର ଯପ କଲା ବେଳେ ସେହି ମନ୍ତ୍ରଟି ପ୍ରଥମେ ଶରୀର ଉପରେ,ତାପରେ ମନରେ ଏବଂ ଶେଷରେ ଆତ୍ମା ଉପରେ ପ୍ରଭାବ ପକାଇଥାଏ । ଯଦି ଆପଣ ମନ୍ତ୍ରକୁ ସଠିକ୍ ଉପାୟରେ ଯପ କରୁଛନ୍ତି,ତାହାଦ୍ୱାରା ଆପଣଙ୍କୁ ଲାଭ ମିଳିଥାଏ । କିନ୍ତୁ ଭୁଲ ଉପୟାରେ ମନ୍ତ୍ରକୁ ଉଚ୍ଚାରଣ କରିବା ଦ୍ୱାରା ଆପଣଙ୍କୁ ସର୍ବନାଶର ଶିକାର ହେବାକୁ ପଡିଥାଏ ।
ଉଚିତ୍ ସ୍ଥାନରେ ବସି ମସ୍ତ୍ର ଯପ କରିବା ଆବଶ୍ୟକ । ସବୁବେଳେ ଧଳା କିମ୍ବା କଳା ରଙ୍ଗର ଆସନ ଉପରେ ବସି ମନ୍ତ୍ର ପାଠ କରନ୍ତୁ । ମନ୍ତ୍ର ଯପ କଲା ବେଳେ ସବୁବେଳେ ଚନ୍ଦନ କିମ୍ବା ରୁଦ୍ରାକ୍ଷ ମାଳା ଧରି ଯପନ୍ତୁ ।