ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପାଞ୍ଚ ଦିନ ଚାଲିବାକୁ ଥିବା ଦୀପାବଳୀ ଉତ୍ସବ ଧନତେରସ ଦିନଠାରୁ ଆରମ୍ଭ ହୋଇଥାଏ । ଚଳିତବର୍ଷ ଅକ୍ଟୋବର ୨୫ ରେ ଧନତେରସ ପାଳନ କରାଯିବ । ଏହି ଅବସରରେ ବିଭିନ୍ନ ଧାତୁରେ ତିଆରି ବାସନ, ସୁନା, ଚାନ୍ଦୀ ଆଦି କିଣିବାର ବଡ ମହତ୍ୱ ରହିଛି । ଏହି ଦିନ ଧାତୁ ନିର୍ମିତ ଜିନିଷ କିଣିବା ଦ୍ୱାରା ଶୁଭ ହୋଇଥାଏ ।
ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନବଂତରୀ ଏହି ଦିନ ଅମୃତ କଳଶ ଧରି ପ୍ରକଟ ହୋଇଥିଲେ । ସେବେଠାରୁ ଏହି ଦିନକୁ ଧନତେରସ ରୂପେ ପାଳନ କରାଯାଉଛି । ଧନତେରସ ଦିନ ସନ୍ଧ୍ୟାରେ ପାରିବାରିକ ମଙ୍ଗଳ ପାଇଁ ଯମ ନାମର ଦୀପ ଜଳାଯାଇଥାଏ ।
ସୂଚନାଯୋଗ୍ୟ,ଧନତେରସ ଅବସରରେ ଦିନ ହେଉ ଅବା ସନ୍ଧ୍ୟା ସମୟରେ କିଣାବିକା କଲେ ମନସ୍କାମନା ପୂରଣ ହୋଇଥାଏ । ସେହିପରି ସ୍ୱାସ୍ଥ୍ୟରକ୍ଷା ପାଇଁ ଏହିଦିନ ଧନବଂତରୀ ଦେବଙ୍କ ଉପାସନା କରାଯାଇଥାଏ । ଏହାବ୍ୟତିତ ଏହି ଦିନକୁ କୁବେର ର ଦିନ ବି କୁହାଯାଏ ଏବଂ ଧନ ସମ୍ପନ୍ନତା ପାଇଁ କୁବେର ପୂଜା କରାଯାଏ ।