ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନିଜ ରାଶିରୁ ଶନିଙ୍କ ପ୍ରକୋପକୁ କମ କରିବାକୁ ହେଲେ ଶନିବାର ବ୍ରତ କରିବା ଉଚିତ୍ । ବ୍ରତ କରିବା ପୂର୍ବରୁ ଶନିଦେବଙ୍କ ପୂଜା କରାଯାଇଥାଏ । ପୂଜାରେ କଳା ଜିରା, କଳା ବସ୍ତ୍ର, ଲୁହା, ତେଲ, ଆଦିର ଆବଶ୍ୟକତା ପଡିଥାଏ । ଏି ବ୍ରତ କରିବା ଦ୍ୱାରା ବିଭିନ୍ନ ପ୍ରକାରର ସମସ୍ୟା ଦୂର ହୋଇଥାଏ ।
ବ୍ରତ କଥା: ଜଣେ ରାଜା ଥିଲେ । ସେ ତାଙ୍କ ରାଜ୍ୟରେ ଘୋଷଣା କରିଥିଲେ କି ଦୂର ଦୂରାନ୍ତୁରୁ ଆସୁଥିବା ବ୍ୟବସାୟୀଙ୍କ ଜିନିଷ ବିକ୍ରି ନହେଲେ ସମସ୍ତ ଜିନିଷ ସେ କିଣିନେବେ ବୋଲି । ସେହିଅନୁଯାୟୀ ଯେଉଁଦିନ କୌଣସି ବ୍ୟବସାୟର ବିକ୍ରି ନହୁଏ ,ତେବେ ରାଜାଙ୍କ ଲୋକେ ସେହି ବ୍ୟବସାୟୀଙ୍କ ନିକଟକୁ ଯାଇ ସମସ୍ତ ଜିନିଷ କିଣି ନେଇଥାନ୍ତି । ଗୋଟେ ଦିନ ଲୁହା କାରିକର ଲୁହାରେ ଶନିଦେବଙ୍କ ମୂର୍ତ୍ତି ନିର୍ମାଣ କରି ବିକ୍ରି ପାଇଁ ଆଣିଥିଲେ, କିନ୍ତୁ ଶନିଦେବଙ୍କ ମୂର୍ତ୍ତି କିଣିବା ପାଇଁ କୌଣସି ଗ୍ରାହକ ଜୁଟିଲେ ନାହିଁ । ଏହାପରେ ସନ୍ଧ୍ୟାରେ ରାଜକର୍ମଚାରୀମାନେ ଆସି ଶନିଦେବଙ୍କ ଲୁହା ମୂର୍ତ୍ତି କ୍ରୟ କରି ରାଜାଙ୍କ ନିକଟକୁ ନେଇକି ଯାଇଥିଲେ । ତାପରେ ରାଜା ସେହି ମୂର୍ତ୍ତି କୁ ଆଦରର ସହ ନିଜ ପାଖରେ ରଖିଲେ । ଶନିଦେବଙ୍କ ମୂର୍ତ୍ତିକୁ ରାଜା ତାଙ୍କ ଘରେ ରଖିବା ପରେ ଅନ୍ୟ ଦେବା-ଦେବୀମାନେ ରାଗି ଗଲେ । ଏବଂ ରାତ୍ରି ସମୟରେ ଜଣେ ମହିଳାଙ୍କୁ ଘରୁ ବାହାରକୁ ଯିବାର ଦେଖିଲେ ରାଜା । ଏହାପରେ ଯେତେବେଳେ ରାଜା ପଚାରିଲେ କି ତମେ କିଏ ସେ ଉତ୍ତର ଦେଇଥିଲେ କି ମୁଁ ଲକ୍ଷ୍ମୀ । ତୁମ ମହଲରେ ଶନି ବାସ କରିଛନ୍ତି । ସେଥିପାଇଁ ମୁଁ ଏଠି ରହିବି ନାହିଁ । ପୁଣି କିଛି ଦିନ ପରେ ଜଣେ ରାଜପୁରୁଷ ଘରୁ ବାହାରକୁ ଯିବାର ଦେଖି ରାଜା ପଚାରିବାକୁ ଜାଣିବାକୁ ମିଳିଲା କି ସେ ହେଉଛନ୍ତି ବୈଭବ । ସେ କହିଥିଲେ କି ମୁଁ ଲକ୍ଷ୍ମୀଙ୍କ ସହ ରହିଥାଏ । ସେଥିପାଇଁ ଏଠାରେ ମୋର କୌଣସି କାମ ନାହିଁ । ଏହାପରେ ରାତିରେ ଧର୍ମ, କ୍ଷମା, ଧୈର୍ଯ୍ୟ ଆଦି ଅନ୍ୟ ସମସ୍ତ ଗୁଣ ଗୋଟେ ଗୋଟେ ଘରୁ ପଳାଇଥିଲେ । ରାଜା କାହାରିକୁ ରୋକିବା ପାଇଁ ଚେଷ୍ଟା କରିନଥିଲେ ।
ଶେଷରେ ଯେତେବେଳେ ସତ୍ୟ ଯିବାକୁ ବାହାରିଲେ ତେବେ ରାଜା ପ୍ରଶ୍ନ କରିବରୁ ସେ କହିଥିଲେ କି ଯେଉଁଠି ଲକ୍ଷ୍ମୀ, ବୈଭବ, ଧର୍ମ,ଧର୍ଯ୍ୟେ,କ୍ଷମା ବାସ କରନ୍ତିନି ସେଠାରେ ମୁଁ ରୁହେନା । ଏହାପରେ ସତ୍ୟର ପାଦ ତଳେ ପଡି ରାଜା କହିଥିଲେ କି ମୁଁ ଆପଣଙ୍କୁ ଯିବାକୁ ଦେବିନି । ରାଜାଙ୍କ ଆଗ୍ରହ ଶୁଣି ସତ୍ୟ ଅଟକିଗଲେ । ସେହିପରି ସତ୍ୟ ନଯିବାର ଦେଖି ଧର୍ମ ଧର୍ଯ୍ୟ ସମସ୍ତେ ଫେରିଆସିଲେ ରାଜଙ୍କ ଘରକୁ । ଏହାପରେ ସମସ୍ତେ ଶନିଦେବଙ୍କ ସହ ରାଜାଙ୍କ ଘରେ ଏକାଠି ବାସ କରିଥିଲେ ।