ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ପବିତ୍ର ଗଛ ମଧ୍ୟରୁ ଏକ ଗଛ ହେଉଛି ତୁଳସୀ । ଏହି ଗଛ ସମସ୍ତଙ୍କ ଘରେ ପୂଜା କରାଯାଇଥାଏ । ଏହାଦ୍ୱାରା ଘରର ବାତାବରଣ ସୁଦ୍ଧ ରହିଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହି ତୁଳସୀ ଗଛ ସହିତ କେଉଁ ଗଛ ଲଗାଇଲେ ଚମତ୍କାର ହୋଇଥାଏ ।
ବାସ୍ତୁଶାସ୍ତ୍ର ଅନୁଯାୟୀ ତୁଳସୀ, କଦଳୀ,ଚମ୍ପା, କେତକୀ ଆଦି ଗଛ ଘରେ ଲଗାଇବା ଦ୍ୱାରା ଏହା ଶୁଭ ହୋଇଥାଏ ।
ତୁଳସୀ ଗଛ ପାଖରେ ସର୍ବଦା କଦଳୀ ଗଛ ରହିବା ଉଚିତ୍ । ଏହାଦ୍ୱାରା ଭଗବାନ ବିଷ୍ଣୁଙ୍କ ସହିତ ମା ଲକ୍ଷ୍ମୀଙ୍କର କୃପା ଲାଭ ହୋଇଥାଏ । ଏହାସହିତ ଘରେ ଦାରିଦ୍ର୍ୟତା ଦୂର ହୋଇଥାଏ । ଘରର ସମସ୍ତ ସଦସ୍ୟଙ୍କ ଠାରେ ପ୍ରେମର ଭାବନା ଜାଗ୍ରତ ହୋଇଥାଏ ।
ଯେଉଁ ଘରେ ତୁଳସୀ ଗଛ ସହିତ କଦଳୀ ଗଛ ଥାଏ । ସେହି ଘରେ କୌଣସି ପ୍ରକାର ଅସୁବିଧା ଦେଖିବାକୁ ମିଳିନଥାଏ । ମା’ ଲକ୍ଷ୍ମୀ ସର୍ବଦା ବାସ କରିଥାନ୍ତି ।