ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଚାଲିଛି ନବରାତ୍ରୀ । ନବରାତ୍ରୀକୁ ଶାରଦୀୟ ନବରାତ୍ରୀ ମଧ୍ୟ କୁହାଯାଏ , କାରଣ ମା’ ଦୁର୍ଗାଙ୍କର ନଟି ଶକ୍ତି ରୁପକୁ ଧୁମ ଧାମରେ ପୂଜା କରାଯାଏ ଏହି ନବରାତ୍ରିରେ । ଖାଲି ଓଡିଶାରେ ନୁହେଁ , ଏହାକୁ ପ୍ରାୟ ସବୁ ସ୍ଥାନରେ , ଖାସ କରି କଲିକତା ଓ ଗୁଜୁରାଟରେ ଅତି ଧୁମଧାମରେ ପାଳନ କରାଯାଏ । ଉତ୍ସବ ମୁଖର ହୋଇଉଠେ ସବୁ ସ୍ଥାନ । ଉତ୍ସବରେ ମଞ୍ଚ ସାଜସଜ୍ଜା, କିମ୍ବଦନ୍ତୀର ପୁନରାବୃତ୍ତି, କାହାଣୀ ପ୍ରଣୟନ ଏବଂ ହିନ୍ଦୁ ଧର୍ମର ଶାସ୍ତ୍ର ଜପ ମଧ୍ୟ ହୋଇଥାଏ । ଏହି ନବରାତ୍ରିର ନଅ ଦିନକୁ ଏକ ପ୍ରମୁଖ ଫସଲ ଉଦ୍ପାଦନ କରିବାର ରିତୁ ମଧ୍ୟ କୁହାଯାଏ । ଚାଷୀମାନେ ଆରମ୍ଭ କରିଦିଅନ୍ତି ନୂଆ ଚାଷ କରିବାର ବିଧି । ସବୁସ୍ଥାନରେ ସାଂସ୍କୃତିକ କାର୍ୟ୍ୟକ୍ରମ, ଯେପରିକି ନାଚ ,ଗୀତ ଓ ପ୍ରତିଯୋଗିତାମୂଳକ କାର୍ଜ୍ୟକ୍ରମ ହୋଇଥାଏ । ଓ ପେଣ୍ଡାଲ ମାନଙ୍କୁ ଭକ୍ତମାନେ ଦର୍ଶନ କରିବା ପାଇଁ ଆସି ଥାଆନ୍ତି । ତେବେ ଆମେ ସମସ୍ତେ ଜାଣିଛୁ ମାଙ୍କର ନଅଟି ରୁପକୁ ନବରାତ୍ରୀରେ ପୂଜା କରାଯାଏ । ଆଜି ହେଉଛି ପବିତ୍ର ନବ ରାତ୍ରିର ତୃତୀୟ ଦିନ । ଆଜି ମା’ ଦୁର୍ଗାଙ୍କ ଚନ୍ଦ୍ରଘଣ୍ଟା ରୁପର ଉପାସନା କରାଯାଏ । ତେବେ ଚାଲନ୍ତୁ ଜାଣିବା ମା’ଚନ୍ଦ୍ରଘଣ୍ଟାଙ୍କ ବିଷୟରେ । ମା’ଭଗବତୀ ଙ୍କର ତୃତୀୟ ରୁପ ହେଉଛି ଦେବୀ ଚନ୍ଦ୍ରଘଣ୍ଟା । ମା’ ବ୍ରହ୍ମଚାରାଣିଙ୍କ କଠୋର ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ଶିବ ମା’ଶ÷÷ଳପୁତ୍ରୀଙ୍କୁ ବିବାହ କରିଥିଲେ । ଭଗବାନ ଶିବଙ୍କୁ ବିବାହ କରିବା ପରେ ମାଙ୍କର ମସ୍ତକରେ ଅଧା ଚାନ୍ଦ ବା ଅର୍ଧ ଚନ୍ଦ୍ର ଆସିଜାଇଥିଲା । ଏହାକୁ ପ୍ରଭୁ ଶିବଶଙ୍କର ମାଙ୍କୁ ପ୍ରଦାନ କରିଥିଲେ । ଜାହାକି ଏକ ଘଣ୍ଟା ଭଳି ଦେଖାଜାଏ ମଧ୍ୟ । । କୁହାଯାଏ । ମା’ଚନ୍ଦ୍ରଘଣ୍ଟାଙ୍କର ଏହି ରୁପ ଦେଖିବାକୁ ଅତି ସୁନ୍ଦର , କାରଣ କେଶରେ ଚନ୍ଦ୍ର ସଜାହୋଇଥିବାରୁ ମା’ଅତି ସୁନ୍ଦର ଦେଖାଯାଆନ୍ତି । ମା’ଚନ୍ଦ୍ରଘଣ୍ଟା ଙ୍କର ବାହନ ହେଉଛି ବାଘ । ମା’ଚନ୍ଦ୍ରଘଣ୍ଟାଙ୍କ ହାତରେ ଯୁଦ୍ଧ କରିବା ପାଇଁ ଅସ୍ତ୍ର ମଧ୍ୟ ରହିଛି । ସେ ତାଙ୍କ ହାତରେ ପଦ୍ମ ଫୁଲ , ଜପ ମାଳ ଓ କମଣ୍ଡଳ ଧାରଣ କରିଛନ୍ତ, ଏହା ସହିତ ମା ହାତରେ ଘଣ୍ଟ ଧାରଣ କରି ଥାଆନ୍ତି , ତେମୁ ତାଙ୍କୁ ଚନ୍ଦ୍ରଘଣ୍ଟା କୁହାଯାଏ । । ମା’ଚନ୍ଦ୍ରଘଣ୍ଟା ପ୍ରେମ , ସୁଖ ଓ ସୁନ୍ଦରତାର ପ୍ରତିକ , ସେ ଶୁକ୍ର ଗ୍ରହକୁ ନିୟନ୍ତ୍ରଣ କରିଥାଆନ୍ତି । ଶଶ୍ରୁର ବିନାଶ କରିବା ପାଇଁ ଓ ସବୁ ପ୍ରକାପର ଡର ଓ ନକାରାତ୍ମକତାକୁ ଦୂର କରିବା ପାଇଁ ମା’ ଚନ୍ଦ୍ରଘଣ୍ଟାଙ୍କୁ ନବରାତ୍ରୀରେ ଉପସନା କରାଜାଇଥାଏ ଓ ମାଙ୍କୁ ଶୋଳ ଶୃଙ୍ଗାର ଦେଇ ପୁଜା କରାଜାଇଥାଏ । ମା ଚନ୍ଦ୍ରଘଣ୍ଟାଙ୍କୁ ଖୀର ଓ ଖିରରେ ତିଆରି ମିଠା ବା ଚାଉଳ ଖିରି ଭୋଗ ଲାଗିଥାଏ । ମା’ଚନ୍ଦ୍ରଘଣ୍ଟାଙ୍କୁ ବିଶେଷ କରି ପଦ୍ମ ଫୁଲ ଅର୍ପଣ କରାଯାଏ । ଖାସ କରି ମାଙ୍କୁ ଏହି ଫୁଲ ପ୍ରଦାନ କରିବା ଦ୍ୱାରା ନିଜ ମନରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ମାଙ୍କପ ଏହି ଦିନର ରୁପ ଶୁଭରଙ୍ଗ ହେଉଛି ହଳଦିଆ ରଙ୍ଗ । ମାଙ୍କ ଉପରେ ଏହି ହଳଦିଆ ରଙ୍ଗ ଅତି ସୁନ୍ଦର ଲାଗେ । ମା ଜେତେବେଲେ ଘଣ୍ଟ ଧରି ପ୍ରବେଶ କରି ଥାଆନ୍ତି , ସେହି ଘଣ୍ଟର ଧ୍ୱନିରେ ସବୁ ନକାରାତ୍ମକ ଶକ୍ତି ପଳେଇଯାଏ । ସବୁ ଶୁଭ କାମ ହୋଇଥାଏ । ବିଶ୍ୱାସ କରାଯାଏ ଯେ ଜେତେବେଳେ ନବରାତ୍ରୀର ତୃତୀୟ ଦିନରେ ଘରଭିତରକୁ ମା’ ଚନ୍ଦ୍ରଘଣ୍ଟାଙ୍କର ଆଗମନ ହୁଏ , ସେତେବେଳେ ସବୁ କୁଶକ୍ତିର ନାଶ ହୋଇଥାଏ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024