ପୁରୀ (ଏଟିଆର ବ୍ୟୁରୋ) ହଳଦୀପାଣୀ ନୀତି ସହ ସମାପ୍ତ ହୋଇଛି ମହାପ୍ରଭୁଙ୍କୁ ୨୧ ଦିନିଆ ବାହାର ଚନ୍ଦନ ନୀତି । ଏହାପରେ ଆରମ୍ଭ ହୋଇଛି ୨୧ ଦିନିଆ ଭିତର ଚନ୍ଦନ ନୀତି । ଏହାକୁ ମିଶାଇ ମହାପ୍ରଭୁଙ୍କର ମୋଟ ୪୨ ଦିନିଆ ଚନ୍ଦନ ନୀତି ଅନୁଷ୍ଠିତ ହୋଇଥାଏ ।
ମହାପ୍ରଭୁଙ୍କ ୨୧ ଦିନିଆ ଭିତର ଚନ୍ଦନ ମଧ୍ୟରୁ ଜ୍ୟେଷ୍ଠ କୃଷ୍ଣ ଏକାଦଶୀ (ଜଳକ୍ରୀଡା ଏକାଦଶୀ), ସାବିତ୍ରୀ ଅମାବାସ୍ୟା, ଶୀତଳ ଷଷ୍ଠୀ ଏବଂ ରୁକୁଣା ହରଣ ଏକାଦଶୀ ରେ ଶ୍ରୀମନ୍ଦିର ଭିତରେ ଜଳକ୍ରୀଡା ମଣ୍ଡପରେ ଜଳକ୍ରୀଡା କରିଥାନ୍ତି ଶ୍ରୀଜିଉ ।
ଦ୍ୱିପ୍ରହରର ଧୂପ ପରେ ପରେ ଏହି ନୀତି ଆରମ୍ଭ ହୋଇଥାଏ ।