ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବର୍ତ୍ତମାନ ତୁଳା ରାଶିରେ ଶୁକ୍ର ସହିତ ବୁଧ ମିଳନ ହୋଇଛି । ବୁଧ ଏବଂ ଶୁକ୍ର ଗ୍ରହ ତୁଳା ରାଶିରେ ବିରାଜମାନ । ଜ୍ୟେତିଷଶାସ୍ତ୍ର ଅନୁସାରେ ଯେତେବେଳେ ବୁଧ ଏବଂ ଶୁକ୍ର ମିଳନ ହୁଏ ସେତେବେଳେ ଲକ୍ଷ୍ମୀ ନାରାୟଣ ଯୋଗ ହୋଇଥାଏ । ଜ୍ୟୋତିଷଶାସ୍ତ୍ରରେ ଲକ୍ଷ୍ମୀ ନାରାୟଣ ଯୋଗକୁ ଅତ୍ୟନ୍ତ ଶୁଭ ଯୋଗ ବୋଲି କୁହାଯାଇଛି । ମା ଲକ୍ଷ୍ମୀଙ୍କ ପୂଜା ପାଇଁ ଉତ୍ତମ ହେଉଛି ଶୁକ୍ରବାର । ଏହିଦିନ ବିଧି ବିଧାନ ସହ ଲକ୍ଷ୍ମୀଙ୍କ ପୂଜା କରି ତାଙ୍କ ପ୍ରସନ୍ନ କରାଯାଇ ପାରିବ ।
ଗତ ୬ ସେପ୍ଟମ୍ବରରେ ତୁଳା ରାଶିରେ ଶୁକ୍ରର ରାଶି ପରିବର୍ତ୍ତନ ହୋଇଥିଲା । ତୁଳା ରାଶିରେ ଶୁକ୍ର ବିରାଜମାନ ଶୁଭ ହୋଇଥାଏ । କାରଣ ତୁଳା ରାଶିର ସ୍ୱାମୀ ଶୁକ୍ର ।
ଚଳିତବର୍ଷ ସେପ୍ଟମ୍ବର ୨୨ ରେ ତୁଳା ରାଶିରେ ବୁଧ ଗ୍ରହ ପ୍ରବେଶ କରିଥିଲା । ବୁଧ ଗ୍ରହର ଏହି ରାଶି ପରିବର୍ତ୍ତନ ଦ୍ୱାରା ଲକ୍ଷ୍ମୀ ନାରାୟଣ ଯୋଗ ହୋଇଥାଏ । ଏହି ଯୋଗକୁ ଶୁଭ ଯୋଗ ବୋଲି କୁହାଯାଇଥାଏ । ବୁଧ ଏବଂ ଶୁକ ଗ୍ରହର ମିଳନ ଦ୍ୱାରା ଲକ୍ଷ୍ମୀ ନାରାୟଣ ଯୋଗ ହୋଇଥାଏ । ଏହି ଯୋଗ ବ୍ୟକ୍ତିଙ୍କୁ ମା ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରଦନେ କରିଥାଏ । ଶାସ୍ତ୍ରରେ ମା ଲକ୍ଷ୍ମୀଙ୍କୁ ଧନ ଦେବୀ ସାଙ୍ଗକୁ ସୁଖ-ସମୃଦ୍ଧି ଏବଂ ବୈଭବର ଦେବୀ ବୋଲି କୁହାଯାଇଥାଏ । ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ଆର୍ଶିବାଦ ପ୍ରାପ୍ତ କରିବା ପାଇଁ ଉତ୍ତମ ଦିନ ଭାବେ ଗଣା ଯାଏ ।