ପୁରୀ (ଏଟିଆର ବ୍ୟୁରୋ): ଚାଲିଛି ପବିତ୍ର ପଞ୍ଚୁକ ବ୍ରତ । ପଞ୍ଚୁକରେ ମହାପ୍ରଭୁ ବିଭିନ୍ନ ବେଶ ଧାରଣ କରିଥାନ୍ତି । ଆଜି କାର୍ତ୍ତିକ ମାସ ପଞ୍ଚୁକର ଚତୁର୍ଦ୍ଦଶୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଡାଳିକଆ ବା ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଥାଏ । ଅବକାଶ ନୀତି ପରେ ଏହି ବେଶ ଆରମ୍ଭ ହୋଇଥାଏ ।
ଏହି ବେଶରେ ସୋଲ ଓ ଜରିରେ ଡାଳି କରାଯାଇ ସେଥିରେ ରଙ୍ଗବେରଙ୍ଗର ଫୁଲକୁ ଶ୍ରିମସ୍ତକରେ ଲଗାଯାଏ । ଏହି ଡାଳିର ମଝିରେ ଠିଆପାଖୁଡା ଆକୃତିର ସ୍ୱର୍ଣ୍ଣକିଆ ଖଞ୍ଜା ଯାଇଥାଏ ।
ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ବେଶକୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ଲାଗିଛି ।