ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଗୁରୁବାର ଭଗବାନ୍ ବିଷ୍ଣଙ୍କୁ ପୂଜିବା ଦ୍ୱାରା ତାଙ୍କ ପତ୍ନୀ ମା’ ଲକ୍ଷ୍ମୀ ଅତ୍ୟନ୍ତ ଖୁସି ହୋଇଯାଇଥାନ୍ତି । କିନ୍ତୁ ଏଭଳି ଅନେକ କାମ ଅଛି ଯାହା ଗୁରୁବାର କରିବା ଅନୁଚିତ୍ । ଏହାଦ୍ୱାରା ମା’ ଲକ୍ଷ୍ମୀ କ୍ରେଧିତ ହୋଇଯାଇଥାନ୍ତି ।
- ଗୁରୁବାର ଦିନ ପତି-ପତ୍ନୀ ମଧ୍ୟରେ ବିଲକୁଲ୍ ଝଗଡା କରିବା କଥା ନୁହେଁ ।
- ଏହିଦିନ ଭୁଲରେ ବି ନଖ, କେଶ ଆଦି କାଟନ୍ତୁ ନାହିଁ । ଏହାସହିତ କପଡା ମଧ୍ୟ ସଫା କରନ୍ତୁ ନାହିଁ ।
- ଗୁରୁବାର ରାତି ସମୟରେ କେବେ ବି ଚାବି ଗୁନ୍ଥା ବୁଲାଇବେ ନାହିଁ । ଏହାଦ୍ୱାରା ମା’ ଲକ୍ଷ୍ମୀ ରାଗି ଯାଇଥାନ୍ତି ।
- ଏହିଦିନ ବିଲକୁଲ୍ କେଶ ମୁକୁଳା କରନ୍ତୁ ନାହିଁ ।
- ଗୁରୁବାର ରାତି ସମୟରେ ଭାତ ଏବଂ ଖୀର ସେବନ କରିବା ନିଷେଧ । ଯଦି ଆପଣ ଖୀର ପିଉଛନ୍ତି ତେବେ ସେଥିରେ ସାମାନ୍ୟ ହଳଦୀ ମିଶାଇ ପିଅନ୍ତୁ ।