ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଭଗବାନ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଏହାଦ୍ୱାରା ସମସ୍ତ ପ୍ରକାରର ସଫଳତା ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଗଜାନନ ହେଉଛନ୍ତି ସୁଖ-ସମୃଦ୍ଧିର ପ୍ରତୀକ । ତ୍ରିଦେବ ମଧ୍ୟ ଗଜାନନଙ୍କୁ ପୂଜା କରିଥାନ୍ତି । ଗଣେଶ ଭଗବାନଙ୍କୁ ଲମ୍ବୋଦର, ପିତାମ୍ବର,ବିଘ୍ନହର୍ତା ଏବଂ ଗଜାନନ ଭଳି ନାମରେ ସ୍ମରଣ କରାଯାଏ କିନ୍ତୁ ତାଙ୍କର ଗୋଟେ ନାମ ହେଉଛି ମଙ୍ଗଳମୂର୍ତ୍ତି । କେବେ ଭାବିଛନ୍ତି ଗଣେଶ ଭଗବାନଙ୍କୁ ମଙ୍ଗଳମୂର୍ତ୍ତି କାହିଁକି କୁହାଯାଏ?
ମଙ୍ଗଳମୂର୍ତ୍ତି ମାନେ ଗଣେଶଙ୍କ ମୁଣ୍ଡରେ ଲାଗିଥିବା ଶୁଣ୍ଢ କିଛି ଖାସ୍ ସନ୍ଦେଶ ଦେଇଥାଏ । ଆଜି ଆମେ ଆପଣଙ୍କୁ ଏହି ସନ୍ଦେଶ ବିଷୟରେ କହିବାକୁ ଯାଉଛୁ । ଜ୍ଞାନର ଦେବତା ହେଉଛନ୍ତି ଗଣେଶ । ତାଙ୍କ ବଡ ମସ୍ତିସ୍କ ଏପରି ସନ୍ଦେଶ ଦେଇଥାଏ କି , ଯେଉଁ ବ୍ୟକ୍ତିଙ୍କର ବଡ ମୁଣ୍ଡ ସେ ଖୁବ୍ ବୁଦ୍ଧିବାନ୍ ହୋଇଥାନ୍ତି । ଏମାନେ ସମସ୍ତ କାର୍ଯ୍ୟର ନେତୃତ୍ୱ ନେବା ସହ ସବୁବେଳେ ବଡ ଆଶା ରଖିଥାନ୍ତି । ଖରାପ ଅନୁଭୂତିକୁ ଭୁଲି ଆଗକୁ ମାଡି ଚାଲନ୍ତି ।
ମଙ୍ଗଳମୂର୍ତ୍ତିଙ୍କ ବଡ ମସ୍ତକରେ ଥିବା ଛୋଟ ଛୋଟ ଆଖି ଆମକୁ ପ୍ରତ୍ୟକ ଜିନିଷ ପରଖିବାରେ ସନ୍ଦେଶ ଦେଇଥାଏ । ଅଙ୍ଗ ବିଶେଷଜ୍ଞଙ୍କ ମତରେ ଛୋଟିଆ ଆଖି ଥିବା ବ୍ୟକ୍ତି ବହୁତ ଗମ୍ଭୀର ଏବଂ ଚିନ୍ତାଶୀଳ ସ୍ୱଭାବର ହୋଇଥାନ୍ତି । ଗଜାନନଙ୍କ ଆଖି ରୁ ଜାଣିବାକୁ ମିଳିଛି ଯେ ପ୍ରତ୍ୟେକ ଜିନିଷ ଉପରେ ଭାବି ଚିନ୍ତି ନିଷ୍ପତି ନେବା ଉଚିତ୍ । ବୁଝି ସୁଝି ନିଷ୍ପତି ନେଉଥିବା ବ୍ୟକ୍ତି କଦାପି ଧୋକା ଖାଆନ୍ତି ନାହିଁ ।
ଗଣପତିଙ୍କ ଲମ୍ବା କାନ ପାଇଁ ତାଙ୍କୁ ଗଜକର୍ଣ୍ଣ ଏବଂ ସୁପକର୍ଣ୍ଣ ବୋଲି କୁହାଯାଇଥାଏ । ଗଣେଶଙ୍କ ଲମ୍ବା କାନରୁ ଏହି ଶିକ୍ଷା ମିଳିଛି କି ଲମ୍ବା କାନ ପର୍ଯ୍ୟନ୍ତ ଖରାପ କଥା ପହଁଚି ଥାଏ ସତ କିନ୍ତୁ ତାହା ଭିତରକୁ ଯାଇ ପାରେ ନାହିଁ । ଅଙ୍ଗ ବିଶେଷଜ୍ଞଙ୍କ ମତରେ ବଡ କାନ ଥିବା ବ୍ୟକ୍ତି ଭାଗ୍ୟଶାଳୀ ଏବଂ ଦୀର୍ଘାୟୁ ହୋଇଥାନ୍ତି । ଲମ୍ବା କାନର ଅର୍ଥ ଗୋରୀ ସୁତ ସବୁକିଛି ଶୁଣନ୍ତି କିନ୍ତୁ ନିଜ ବୁଦ୍ଧିରେ ନିର୍ଣ୍ଣୟ ନିଅନ୍ତି । ଏହାସହିତ ଏହା ସାବଧାନ ରହିବାକୁ ମଧ୍ୟ ସନ୍ଦେଶ ଦେଇଥାଏ ।
ବିଘ୍ନହର୍ତାଙ୍କ ମସ୍ତକରେ ଥିବା ଲମ୍ବା ଶୁଣ୍ଢ ସର୍ବଦା ଝୁଲିଥାଏ । ଏହାର ସନ୍ଦେଶ ହେଉଛି ସର୍ବଦା ସକ୍ରିୟ ରହିବା ଉଚିତ୍ । ଯେଉଁ ବ୍ୟକ୍ତି ଏଭଳି କରିଥାନ୍ତି ସେମାନେ କଦାପି ଦୁଃଖୀ ହୁଅନ୍ତି ନାହିଁ । ଗଣେଶ ଭଗବାନଙ୍କ ଶୁଣ୍ଢ କୋଣର ବି ଅଲଗା ଅଲଗା ମହତ୍ୱ ରହିଛି । ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତି ସୁଖ-ସମୃଦ୍ଧି ଚାହୁଁଛନ୍ତି ସେମାନେ ଡାହାଣମୁଖୀ ଶୁଣ୍ଢ ଥିବା ଗଣେଶଙ୍କୁ ପୂଜା କରିବା ଉଚିତ୍ । ଏହାସହିତ ଯେଉଁ ବ୍ୟକ୍ତି ଐଶ୍ୱର୍ଯ୍ୟ ଭୋଗ କରିବାକୁ ଚାହାନ୍ତି ସେମାନେ ବାମମୁଖୀ ଗଶେଶଙ୍କୁ ପୂଜା କରନ୍ତୁ ।
ଗଣେଶଙ୍କ ବଡ ପେଟ ପାଇଁ ତାଙ୍କୁ ଲମ୍ବୋଦର ବୋଲି କୁହାଯାଇଥାଏ । ଅଙ୍ଗ ବିଶେଷଜ୍ଞ ମତରେ ବଡ ପେଟ ହେଉଛି ସୁଖର ପ୍ରତୀକ ।
ଗଜାନନଙ୍କ ଗୋଟେ ଦାନ୍ତ ଭଙ୍ଗା, ଯେଉଁଥି ପାଇଁ ତାଙ୍କୁ ଏକଦନ୍ତ ବୋଲି ମଧ୍ୟ କୁହାଯାଏ । ଏକ କଥା ଅନୁଯାୟୀ ଗୋଟେ ଥରେ ଗଣେଶ ଏବଂ ପର୍ଶୁରାମଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ପର୍ଶୁରାମ ଗଣେଶଙ୍କର ଗୋଟେ ଦାନ୍ତ ଭାଙ୍ଗି ଦେଇଥିଲେ । ସେହି ଭଙ୍ଗା ଦାନ୍ତରେ ଗଣେଶ ଭଗବାନ ମହାଭାରତ ଗ୍ରନ୍ଥ ରଚନା କରିବା ଆରମ୍ଭ କରିଦେଇ ଥିଲେ ।