ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ଲୋକଙ୍କ ଘରର ପୂଜା ସ୍ଥାନରେ ବିଭିନ୍ନ ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋ ପୂଜା କରାଯାଇଥାଏ । ବିଶ୍ୱାସ ରହିଛି କି ଏଭଳି କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । କିନ୍ତୁ ଯଦି ଆପଣ ଘରେ ହନୁମାନ ମୂର୍ତ୍ତି କିମ୍ବା ଫଟୋ ପୂଜା କରୁଛନ୍ତି, ତେବେ କିଛି ବିଶେଷ କଥା ଉପରେ ଧ୍ୟାନ ଦେବା ଉଚିତ୍ ।
ରାମ ଭକ୍ତ ହନୁମାନ ଙ୍କର ଫଟୋ ଘରେ ଲଗାଇବା ବେଳେ ଧ୍ୟାନ ଦିଅନ୍ତୁ କି ଏହି ଫଟୋ ଯେପରି ଶୋଇବା ଘରେ ନରୁହେ । କାରଣ ହନୁମାନ ବାଲବ୍ରହ୍ମଚାରୀ ଅଟନ୍ତି ।
ବାସ୍ତୁଶାସ୍ତ୍ର ଅନୁସାରେ ହନୁମାନ ଙ୍କର ଦକ୍ଷିଣ କୋଣରେ ପ୍ରଭାବ ଅଧିକ ଥାଏ । ସେଥିପାଇଁ ଘରର ଦକ୍ଷିଣ କୋଣରେ ହନୁମାନଙ୍କ ଫଟୋ ଲଗାନ୍ତୁ । ସୀତା ମାତାଙ୍କୁ ଖୋଜିବା ପାଇଁ ବି ହନୁମାନ ଦକ୍ଷିଣ କୋଣକୁ ଯାଇଥିଲେ । ଏହି କୋଣରେ ଫଟୋ ଲଗାଇବାର କାରଣ ହେଉଛି ଏହି କୋଣ ଦେଇ ଆସୁଥିବା ସମସ୍ତ ନକରାତ୍ମ ଶକ୍ତିକୁ ହନୁମାନ ରୋକି ଦେଇଥାନ୍ତି ।
ଯେଉଁ ଫଟୋରେ ହନୁମାନ ତାଙ୍କର ବିଶାଳ ଶକ୍ତି ପ୍ରଦର୍ଶନ କରିଥିବେ ସେହି ଫଟୋକୁ ଘରେ ଲଗାନ୍ତୁ, ଏହାଦ୍ୱାରା ବ୍ୟକ୍ତି ଖରାପ ପ୍ରଭାବରୁ ରକ୍ଷା ପାଇ ପାରିବେ ।