ପୁରୀ (ଏଟିଆର): ଆଜି ପବିତ୍ର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ବା ଘୋଷଯାତ୍ରା । ନବଦିନାତକ ଯାତ୍ରାରେ ବାହାରିଛନ୍ତି ଚତୁର୍ଦ୍ଧାମୂରତୀ । ନିର୍ଦ୍ଧାରିତ ସମୟ ପୂର୍ବରୁ ଆଗେଇ ଚାଲିଛି ନୀତିକାନ୍ତି । ରଥ ପ୍ରତିଷ୍ଠା ପରେ ଚତୁର୍ଦ୍ଧାମୂରତୀଙ୍କ ଚାଲିଛି ପହଣ୍ଡି ବିଜେ । ପ୍ରଥମେ ସୁଦର୍ଶନ ଓ ବଳଭଦ୍ର ପହଣ୍ଡି ହୋଇ ରଥାରୁଢ ହୋଇଛନ୍ତି । ଏହାପରେ ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ ପହଣ୍ଡି ହୋଇ ଆସୁଛନ୍ତି । ରତ୍ନ ସିଂହାସନରୁ ଓହ୍ଲାଇ ହଲି ହଲି ଝୁଲି ଝୁଲି ପହଣ୍ଡି ହୋଇ ଆସୁଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ । ରାଘବଦାସ ମଠରୁ ଆସିଥିବା ଟାହିଆ ପିନ୍ଧି ହଲି ହଲି ରଥ ଆଡକୁ ମାଡି ଚାଲିଛି କାଳିଆସୁନା । ସତରେ କାଳିଆର ଏହି ପହଣ୍ଡି ଅପୂର୍ବ ।
ପହଣ୍ଡି ହୋଇ ଆସି ନନ୍ଦିଘୋଷ ରଥରେ ବିଜେ କରିବେ କାଳିଆ ସୁନା । କାଳିଆ ଅପେକ୍ଷାରେ ନନ୍ଦିଘୋଷ ରଥ ।