ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶ୍ରାବଣ ମାସରେ ଶନିବାର ଦିନକୁ ଅଧିକ ମହତ୍ୱ ଦିଆଯାଇଥାଏ । ଏହି ମାସରେ ଶିବ ଏବଂ ଶନିଦେବଙ୍କୁ ପୂଜିବା ଦ୍ୱାରା ଲାଭ ହୋଇଥାଏ । ଶିବ ଶଙ୍କରଙ୍କୁ ଗୁରୁ ଏବଂ ଶନିଙ୍କର ଶିଷ୍ୟ କୁହାଯାଏ । ଶନିଦେବ ହିଁ ବ୍ୟକ୍ତିଙ୍କର ଭଲ ଏବଂ ଖରାପ ସମୟର ଫଳ ପ୍ରଦାନ କରିଥାନ୍ତି । ବ୍ୟକ୍ତିଙ୍କ ଜୀବନରେ ଘଟୁଥିବା ସମସ୍ୟାର ମୂଳ କାରଣ ହେଉଛି ଗ୍ରହ ମାନଙ୍କର ଶୁଭ ଓ ଅଶୁଭ ସ୍ଥିତି । ଅତ୍ୟଧିକ ଲୋକ ଶନିଙ୍କ କୁପ୍ରଭାବରେ ପୀଡିତ ଥାନ୍ତି । କେତେବେଳେ ଶାଢେସାତୀ ଶନି ତ ଆଉ କେତେବେଳେ ଶନିମହାଦଶା ଏବଂ ଅର୍ନ୍ତଦଶା ଆଦି ପଡିଥାଏ । ଯଦି ଶ୍ରାବଣ ଶନିବାରରେ ପୂରା ବିଧିବିଧାନ ସହ ଶିବ ଏବଂ ଶନିଙ୍କୁ ପୂଜା କରାଯାଏ,ତେବେ ଏହାଦ୍ୱାରା ଶିବ ଠାକୁର ଏବଂ ଶନିଦେବ ପ୍ରସନ୍ନ ହୋଇ ଜୀବନର ସମସ୍ତ ଦୁଃଖ କଷ୍ଟ ଦୂର କରିଥାନ୍ତି । ଶିବପୁରାଣରେ ଶ୍ରାବଣ ମାସ ସମ୍ବନ୍ଧୀୟ କିଛି ଉପାୟ ବର୍ଣ୍ଣନା କରାଯାଇଛି । ଶନିଙ୍କ ଅଶୁଭ ସ୍ଥିତି ପାଇଁ କଳାଶିବ ଲିଙ୍ଗକୁ ପୂଜା କରିବା ଉଚିତ୍ ।
ବିଶେଷ ପୂଜା ବିଧି: ଶିବ ମନ୍ଦିର ଯାଇ କଳା ଶିବଲିଙ୍ଗକୁ ପୂଜା କରନ୍ତୁ । ରାଶିତେଲ ଦୀପ ଜଳାନ୍ତୁ । ଧଳା କନିଅର ଫୁଲ,ବେଲ ପତ୍ର, କଳା ଚଢାନ୍ତୁ । ୧୦୮ ଥର ଓଁ ମହାକାଳାୟ ନମଃ ମନ୍ତ୍ର ଜପ କରନ୍ତୁ । ଏହାପରେ ଫଳ ଏବଂ ଭୋଗ କୌଣସି ଗରିବଙ୍କୁ ବାଣ୍ଟି ଦିଅନ୍ତୁ ।
ଉପାୟ:
ସୁସ୍ଥ ସ୍ୱାସ୍ଥ୍ୟ ପାଇଁ: କଳା ଶିବଲିଙ୍ଗରେ ତେଲ ଅଭିଶେକ କରନ୍ତୁ ।
ବିବାଦ ଟାଳିବା ପାଇଁ: ଶିବଲିଙ୍ଗ ସାମ୍ନାରେ ସମୀପ ତେଲ ଦୀପ ଜଳାନ୍ତୁ ।
କ୍ଷତିରୁ ରକ୍ଷା ପାଇବା ପାଇଁ: ଶିବଲିଙ୍ଗ ଉପରେ ବରପତ୍ର ମାଳ ଚଢାନ୍ତୁ ।
ପେଶାଗତ ସଫଳତା ପାଇଁ: ଶିବଲିଙ୍ଗରେ ୧୧ଟି କଏନ ଚଢାନ୍ତୁ ।
ଶିକ୍ଷାଗତ ସଫଳତା ପାଇଁ: ଶିବଲିଙ୍ଗରେ ଚଢା ହୋଇଥିବା ବରପତ୍ରକୁ ବହିରେ ନେଇ ରଖନ୍ତୁ ।
ବ୍ୟବସାୟିକ ସଫଳତା ପାଇଁ: ନଡିଆ ଚଢାନ୍ତୁ ।
ପାରିବାରିକ ସୁଖ ଶାନ୍ତି ପାଇଁ: ଲବଙ୍ଗ ଏବଂ କର୍ପୂର ଜାଳି ଆଳତୀ କରନ୍ତୁ ।
ପ୍ରେମରେ ସଫଳତା ପାଇଁ: ଶିବଲିଙ୍ଗରେ ଚଢା ହୋଇଥିବା ୫ ଟି ଲବଙ୍ଗକୁ ନିଜ ପକେଟରେ ରଖନ୍ତୁ ।
ବୈବାହିକ ଜୀବନ ସୁଖ ପାଇଁ: ପତି-ପତ୍ନୀ ଦୁହେଁ ଶିବଲିଙ୍ଗରେ ଖୀର ଏବଂ ମହୁ ଅଭିଶେଖ କରନ୍ତୁ ।