ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମନ୍ଦିର ଯାଇ ଦେବା-ଦେବୀଙ୍କୁ ପୂଜା କରିବାର ପୁରାତନ ପରମ୍ପରା ରହିଛି । ସେହିପରି ରାଜସ୍ଥାନର ବାଡମେର ନିକଟରେ ଏଭଳି ଏକ ଗାଁ ରହିଛି, ଯେଉଁଠି ଏକ ମନ୍ଦିରରେ ଭକ୍ତ ପାଦ ରଖୁ ରଖୁ ପଥର ପାଲଟି ଯାଆନ୍ତି । ଦୀର୍ଘ ବର୍ଷ ହେବ ଗାଁ ଲୋକେ ଏହି ମନ୍ଦିରକୁ ଯାଇ ନାହାନ୍ତି । କୁହାଯାଏ ଏହି ମନ୍ଦିରରେ ପାଦ ରଖିଲେ ବ୍ୟକ୍ତି ପଥର ପାଲଟି ଯାଆନ୍ତି । ପ୍ରକୃତରେ ଏହି କଥା ସତ କି ମିଛ ତାହା ଜଣା ନାହିଁ , କାରଣ କିଏ ବା ରିସ୍କ ନେବାକୁ ଚାହିଁବ ।
ଏହି ମନ୍ଦିରକୁ ଶ୍ରାପ ଦିଆଯାଇଛି କି ଏଠାରେ ଭୂତ ପ୍ରେତ ରହିଛନ୍ତି ଏହାର କାରଣ ଜାଣିବା ପାଇଁ ଏପର୍ଯ୍ୟନ୍ତ କାହାରି ସାହାସ ହୋଇନାହିଁ । ଏହା ସତରେ ଏକ ବଡ ଅଜବ ଘଟଣା, ଯେଉଁଠି ମନ୍ଦିରରେ ପାଦ ରଖିଲେ ବ୍ୟକ୍ତି ପଥର ପାଲଟି ଯାଆନ୍ତି । ଏହା କିଭଳି ହେଉଛି ତାର ରହସ୍ୟ ଏପର୍ଯ୍ୟନ୍ତ ଜଣାପଡି ନାହିଁ । ମନ୍ଦିରର ରାଜ୍ ରାଜ୍ ରେ ହିଁ ରହିଯାଇଛି । ଏଠାକାର ଗ୍ରାମବାସୀ ସେମାନଙ୍କ ଛାତିରେ ବଡ ରହସ୍ୟ ଲୁଚାଇ ରଖିଛନ୍ତି । କୁହାଯାଏ ପୂର୍ବରୁ ଏହି ଗାଁ ଖୁବ୍ ବିକଶିତ ଥିଲା । କିନ୍ତୁ ଅଚାନକ ହୋଇଥିବା ବଜ୍ରପାତ ଯୋଗୁଁ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା । ଯେଉଁଥିରେ ଅନେକ ଲୋକଙ୍କ ଜୀବନ ଚାଲିଯାଇଥିଲା ।