ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନବରାତ୍ର୍ରୀର ଦ୍ୱିତୀୟ ଦିନ ମା ଦୁର୍ଗାଙ୍କ ଦ୍ୱିତୀୟ ସ୍ୱରୂପ ବ୍ରହ୍ମଚାରିଣୀଙ୍କୁ ପୂଜା କରିବାର ବିଧି ରହିଛି । ମାଙ୍କର ଏହି ସ୍ୱରୂପ ତାଙ୍କ ଡାହାଣ ହାତରେ ଜପ ମାଳି ଏବଂ ବାମ ହାତରେ କମଣ୍ଡଳ ଧାରଣ କରିଥାନ୍ତି । ମାନ୍ୟତା ରହିଛି କି, ବ୍ରହ୍ମଚାରିଣୀଙ୍କ ପୂଜା କରିବା ଦ୍ୱାରା ଭକ୍ତଙ୍କ ସମସ୍ତ ମନସ୍କାମନା ପୁରଣ ହୋଇଥାଏ । ମା ତାଙ୍କ ଭକ୍ତଙ୍କ ସମସ୍ତ ସମସ୍ୟା ଦୂର କରିଥାନ୍ତି । ତାଙ୍କୁ ଆରାଧନା କରିବା ଦ୍ୱାରା ଭକ୍ତଙ୍କ ଆତ୍ମବିଶ୍ୱାସ, ଶକ୍ତି, ତ୍ୟାଗ-ତପସ୍ୟା, ସଦାଚାର, ବୈରାଗ୍ୟ ବୃଦ୍ଧି ହୋଇଥାଏ ।
ବ୍ରହ୍ମଚାରିଣୀଙ୍କୁ ପୂଜା କରିବା ପାଇଁ ସ୍ନାନ ସାରି ସ୍ୱଚ୍ଛ ବସ୍ତ୍ର ଧାରଣ କରି ନିଅନ୍ତୁ । ଦୁର୍ଗା ମାଙ୍କୁ ଖୀର, ଦହି, ଘିଅ, ମହୁ, ଚିନି ରେ ସ୍ନାନ କରାନ୍ତୁ । ଏହାପରେ ମାଙ୍କୁ ପୂଜା ସ୍ଥାନରେ ବିରାଜମାନ କରାନ୍ତୁ । ଏହାପରେ ମା ବ୍ରହ୍ମଚାରିଣୀଙ୍କ ଧ୍ୟାନ କରି ପୂଜା କରନ୍ତୁ । ମାଙ୍କୁ ଅକ୍ଷତ, ଫୁଲ, ଚନ୍ଦନ, ରୋଲି ଆଦି ଅର୍ପିତ କରି ପାନ, ସୁପାରୀ, ଲବଙ୍ଗ ଚଢାନ୍ତୁ । ଏହାପରେ ମନ୍ତ୍ର ଉଚ୍ଚାରଣ କରନ୍ତୁ ପୂଜା ସମୟରେ ମା ବ୍ରହ୍ମଚାରିଣୀଙ୍କ କଥା ପଢନ୍ତୁ । ଶେଷରେ ଆରତୀ କରି ପୂଜା ସମ୍ପନ୍ନ କରନ୍ତୁ ।
ମା ବ୍ରହ୍ମଚାରିଣୀଙ୍କ ମନ୍ତ୍ର: ଓଁ ବ୍ରାଂ ବ୍ରିଂ ବୃଂ ବ୍ରହ୍ମଚାରିଣୈ ନମଃ ।