ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୂର୍ବ ଅପେକ୍ଷା ଏବେ ଆହୁରୀ ସହଜ ହୋଇଛି ଜଗା ଦର୍ଶନ । ଆଜିଠୁ ଭକ୍ତଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ସହଜ କରାଯାଇଛି । ଏଣିକି ଆଉ ଲମ୍ବା ଲାଇନରେ ଛିଡା ହେବେ ନାହିଁ ଭକ୍ତ । ଶ୍ରୀମନ୍ଦିର ସାମ୍ନାରେ ଲଗା ଯାଇଥିବା ବ୍ୟାରିକେଡକୁ ପ୍ରଶାସନ ପକ୍ଷରୁ ହଟାଯାଇଛି । ଏହାସହିତ ମରଚିକୋଟ ଛକ୍ ଯାଏଁ ଲାଗିଥିବା ବ୍ୟାରିକେଡ ହଟାଯାଉଛି ବୋଲି ପୁରୀ ଏସପି କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି ।
ଗତକାଲି ରବିବାର ଥିବାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିଲା । ଏହାସହିତ ମନ୍ଦିର ସାନିଟାଇଜ୍ କରାଯାଇଥିଲା । ଏହାପରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।
ସୂଚନାଯୋଗ୍ୟ, କରୋନା ପାଇଁ ଦୀର୍ଘ ୯ ମାସ ପରେ ମନ୍ଦିର ଭକ୍ତଙ୍କ ପାଇଁ ଖୋଲିଥିବା ବେଳେ ପ୍ରଥମେ ଦର୍ଶନ ପାଇଁ କୋଭିଡ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ରହିବା ଯୋଗୁଁ ଅଧିକାଂଶ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରି ପାରୁନଥିଲେ । ଏହାପରେ ଜାନୁଆରୀ ୨୧ ରୁ ଏହି କଟକଣା ହଟିବା ସହିତ ଭକ୍ତ ବିନା କୋଭିଡ ନେଗେଟିଭ୍ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ।