ପୁରୀ (ଏଟିଆର ବୁରୋ): ଆଜି ପବିତ୍ର ବାହୁଡା ଯାତ୍ରା । ପ୍ରଥମ ଶ୍ରୀସୁଦର୍ଶନ, ପରେ ବଡ ଭାଇ ବଳଭଦ୍ରଙ୍କ ପଛେ ପଛେ ପହଣ୍ଡି ହୋଇ ଆସୁଛନ୍ତି ମା ସୁଭଦ୍ରା । ସେବାୟତମାନେ ଶୂନ୍ୟ ପହଣ୍ଡିରେ ମା’ ସୁଭଦ୍ରାଙ୍କ ପହଣ୍ଡି କରୁଛନ୍ତି । ଘଣ୍ଟ, ଘଣ୍ଟାର ଘର୍ଘର ନାଦରେ ଚାଲିଛି ମା’ ସୁଭଦ୍ରାଙ୍କ ପହଣ୍ଡି । ମା’ ପହଣ୍ଡି ହୋଇ ଦର୍ପଦଳନ ରଥରେ ବିରାଜମାନ କରିବେ ।
ଆଡପ ମଣ୍ଡପରୁ ଓହ୍ଲେଇ ନାକଚଣା ଦ୍ୱାର ସମ୍ମୁଖରେ ଥିବା ରଥ ଆଡକୁ ପହଣ୍ଡି ହୋଇ ଆସୁଛନ୍ତି ଦେବୀ ସୁଭଦ୍ର । ରଥରେ ବିରାଜମାନ କରିବା ପରେ ସମସ୍ତ ନୀତି କାନ୍ତି ସମ୍ପନ୍ନ ହେଲା ପରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ ମା ସୁଭଦ୍ରା ।
ଚଳିତ ବର୍ଷ କରୋନା କଟକଣା ପାଇଁ ଭକ୍ତ ଶୂନ୍ୟରେ ଚାଲିଛି ବାହୁଡା ଯାତ୍ରା । ଭକ୍ତ ଶୂନ୍ୟ ଶରଧା ବାଲି ।