ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ସାମାଜିକ ଦୂରତାକୁ ଧ୍ୟାନରେ ରଖିଛନ୍ତି ମୋଦି । ସେ ମୁହଁରେ ମାସ୍କ ପିନ୍ଧିବା ସହିତ ଏୟାରପୋର୍ଟରେ ପହଁଚିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦୂରରୁ ହାତ ଯୋଡି ନମସ୍କାର କରିଥିଲେ । ଏହାପରେ ସେ ହନୁମାନଗଢି ଯାଇ ସେଠାରେ ୧୦ ମିନିଟ୍ ପର୍ଯ୍ୟନ୍ତ ହନୁମାନଙ୍କ ପୂଜା କରିଥିଲେ । କିନ୍ତୁ କରୋନା ସଙ୍କଟ ଯୋଗୁଁ ସେ ମୁଣ୍ଡରେ ଟିକା ଲଗେଇଲେ ନାହିଁ କି ପ୍ରସାଦ ବି ସେବନ କଲେ ନାହିଁ ।
ଏହାପରେ ରାମ ଜନ୍ମଭୂମି ସ୍ଥଳରେ ପହଁଚିଥିଲେ ଏବଂ ରାମାଲାଲାଙ୍କ ଦର୍ଶନ କରିଥିଲେ । ସେହି ଅବସରରେ ବି ସେ ମୁହଁରେ ଲଗାତର ଭାବେ ମାସ୍କ ପିନ୍ଧି ଥିବାର ଦେଖିବାକୁ ମିଳିଥିଲା । ଏହାପରେ ପ୍ରଧାନମନ୍ତ୍ରୀ ମୋଦି ରାମଜନ୍ମଭୂମି ଭୂମି ପୂଜାରେ ନିୟମ ପାଳନ କାରି ପୂଜା କରୁଛନ୍ତି ।