ଭଦ୍ରକ (ଏଟିଆର ବ୍ୟୁରୋ): ଆସନ୍ତାକାଲି ମହାଶିବରାତ୍ରୀ ବା ଜାଗରଯାତ୍ରା । ଏହା ଭଗବାନ ଶିବଙ୍କର ପର୍ବ ଯାତ୍ରା । ଏନେଇ ସମସ୍ତ ଶୈବାଳୟ ଚଳଚଞ୍ଚଳ ହୋଇ ଉଠିଛି । ସେହିପରି ବାବା ଆଖଣ୍ଡଳୀମଣିଙ୍କ ପୀଠ ମଧ୍ୟ ଚଳଚଞ୍ଚଳ । ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି ।
ନୀତିକାନ୍ତି ଅନୁଯାୟୀ ଆଖଣ୍ଡଳମଣୀ ପୀଠରେ ମଙ୍ଗଳବାର ଭୋର ୪ଟାରୁ ଆଳତୀ, ସାଢେ ୪ଟାରେ କନିକାରାଜାଙ୍କ କହିଲି ଘର୍ଷଣ ଲାଗି, ୫ଟାରେ ଖେଚୁଡି ଅନ୍ନନୀତି । ଏହାପରେ ୫ଟାରୁ ରାତି ୧୧ ଟା ଯାଏଁ ସର୍ବସାଧାରଣ ଦର୍ଶନ ।
ପୁଣି ରାତି ୧୧ଟାରେ ଚତୁର୍ଥପ୍ରହର ପୂଜା, ଘଅତସ୍ନାନ, ଘର୍ଷଣଲାଗି, ୧୦୮ କଳସ ଜଳଲାଗି, ପଞ୍ଚ ଉପଚାର ପୂଜା । ରାତି ୨ଟାରେ ମହାଦୀପ ଉଠିବା ଲାଗି ପ୍ରସ୍ତୁତି । ପୁଣି ଭୋର ସାଢେ ୪ଟାରେ ଉଠିବ ମହାଦୀପ ।