ପୁରୀ (ଏଟିଆର ବ୍ୟୁରୋ): ଭକ୍ତଙ୍କ ଦର୍ଶନ ନିମନ୍ତେ ଆଜି ବସିବ ଶ୍ରୀମନ୍ଦିର ପ୍ରଶାସନ ବୈଠକ । ଏହି ବୈଠକରେ ସାଧାରଣଙ୍କ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପ୍ରସ୍ତାବ ଉପରେ ଆଲୋଚନା କରାଯିବ । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିଭିନ୍ନ ନିଯୋଗ ପ୍ରତିନିଧି ଓ ବରିଷ୍ଠ ସେବାୟତମାନେ ସାମିଲ ରହିବେ । କୋଭିଡ୧୯ କୁ ଦୃଷ୍ଟିରେ ରଖି ଏହି ବୈଠକ ଭିଠିଓ କନଫରେସିଙ୍ଗ ଜରିଆରେ ଅନୁଷ୍ଠିତ ହେବ ।
ଆଜିର ଆଲୋଚନା ପରେ ୧୨ ତାରିଖରୁ ୧୬ ତାରିଖ ଯାଏଁ ନିୟମିତ ଭାବେ ବିଚାରବିମର୍ଶ କରାଯିବ ବୋଲି ସମୟ ନିର୍ଦ୍ଧାରଣ କରାଯାଇଛି । ୧୨, ୧୩ ଏବଂ ୧୪ ରେ ବିଭିନ୍ନ ନିଯୋଗ ସହ ଆଲୋଚନା ରହିଛି । ସେହିପରି ୧୫ ଏବଂ ୧୬ ରେ ପ୍ରଶାସନିକ ସ୍ତରରେ ଆଲୋଚନା ହେବ । ଏହାପରେ ଜିଲ୍ଲାପାଳଙ୍କୁ ଅବଗତ କରାଯିବ ।
ମନ୍ଦିର ଖୋଲିବା ନେଇ ମୁଖ୍ୟ ଶାସନ ସଚିବ ବିଭିନ୍ନ ଜିଲ୍ଲାପାଳଙ୍କୁ ୧୦ଦିନ ଭିତରେ ରିପୋର୍ଟ ମାଗିଛନ୍ତି । ଏହାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁ୍ତି ଆରମ୍ଭ ହୋଇଛି ।