ପୁରୀ (ଏଟିଆର ବ୍ୟୁରୋ): ଆସନ୍ତା ଜାନୁଆରୀ ୧୭ ରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ କରିବେ । ଏନେଇ ଜୋରସୋରରେ ଚାଲିଛି ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ । ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସାରିବାକୁ ଲାଗି ପଡିଛନ୍ତି ଠିକା ସଂସ୍ଥା ଟାଟା ଏବଂ ଓବିସିସି ।
ଶ୍ରୀମନ୍ଦିରର ଚାରିଦ୍ୱାର ସମେତ ଚାରିପଟେ ଥିବା ମଠ ମନ୍ଦିର ର ପୁନଃରୁଦ୍ଧାର କାର୍ଯ୍ୟ ଭକ୍ତଙ୍କ ଯାତାୟତ ପାଇଁ ଏସି ସେଡ୍ କାର୍ଯ୍ୟ ଆଦି ଶେଷ ପର୍ଯ୍ୟାୟରେ ପହଁଚିଛି ।
ସେପଟେ ପରିକ୍ରମା ପ୍ରକଳ୍ପର ଉଦଘାଟନୀ ଉତ୍ସବରେ ଯୋଗ ଦେବା ପାଇଁ ଦେବପୀଠ ଓ ଧାର୍ମିକ ଗୁରୁମାନଙ୍କୁ ନିମନ୍ତ୍ରଣ ପତ୍ର ପଠା ଯାଇଛି ।