ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାଇ-ଭଉଣୀ ମଧ୍ୟରେ ଥିବା ଭଲ ପାଇବା ପର୍ବ ହେଉଛି ରାକ୍ଷୀ । ପ୍ରତ୍ୟେକ ବର୍ଷ ଶ୍ରାବଣ ମାସ ପୂର୍ଣ୍ଣିମା ରେ ରକ୍ଷା ବନ୍ଧନ ପର୍ବ ପାଳନ କରାଯାଇଥାଏ । ସେହିପରି ଆସନ୍ତାକାଲି ରକ୍ଷା ବନ୍ଧନ । ଭଉଣୀଟି ଭାଇର ଦୀର୍ଘାୟୁ ଏବଂ ଶୁଭମନାସୀ ତା ହାତରେ ରକ୍ଷା ସୂତ୍ରଟି ବାନ୍ଧିବ । ଭାଇ ମଧ୍ୟ ଭଉଣୀକୁ ସାରା ଜୀବନ ରକ୍ଷା କରିବାର ବଚନ ନେବ ।
ଚଳିତ ବର୍ଷ ରକ୍ଷା ବନ୍ଧନରେ ଦୁଇଟି ଶୁଭ ଯୋଗ ପଡୁଛି । ପ୍ରଥମଟି ଶୋଭନ ଯୋଗ । ଯାହା ୨୨ ତାରିଖ ସକାଳ ୧୦ ଟା ୩୪ ପର୍ଯ୍ୟନ୍ତ ରହୁଛି । ଶୋଭନ ଯୋଗକୁ ମାଙ୍ଗଳିକ ଏବଂ ଶୁଭ କାର୍ଯ୍ୟ ପାଇଁ ଶ୍ରେଷ୍ଠ ମୁହୂର୍ତ୍ତ ବୋଲି କୁହାଯାଏ ।
ଋକ୍ଷା ବନ୍ଧନର ଦ୍ୱିତୀୟ ଯୋଗ ଧନୀଷ୍ଠା ନକ୍ଷତ୍ର । ରକ୍ଷା ବନ୍ଧନ ଦିନ ଧନିଷ୍ଠା ନକ୍ଷତ୍ର ସନ୍ଧ୍ୟା ୭ ଟା ୪୦ ପର୍ଯ୍ୟନ୍ତ ରହୁଛି । ଧନୀଷ୍ଠା ର ସ୍ୱାମୀ ଗ୍ରହ ମଙ୍ଗଳ । ଏହି ନକ୍ଷତ୍ରରେ ଜନ୍ମିତ ବ୍ୟକ୍ତିଙ୍କ ମଧ୍ୟ ଭାଇ-ଭଉଣୀଙ୍କ ବିଶେଷ ଭଲ ପାଇବା ରହିଥାଏ ।