ପୁରୀ (ଏଟିଆର ବ୍ୟୁରୋ); ଘଣ୍ଟ ଘଣ୍ଟା ସାଙ୍ଗକୁ ହୁଳହୁଳି ଏବଂ ହରିବୋଲରେ କମ୍ପୁଛି ବଡଦାଣ୍ଡ । ଭଗବାନଙ୍କ ପ୍ରେମରେ ମଜି ଯାଇଛନ୍ତି ଭକ୍ତ । ଆଜି ସକାଳୁ ଭକ୍ତମାନେ ସଜବାଜ ହୋଇ ନାଚରେ ମଜି ଯାଇଛନ୍ତି । କେତେକ କଳାକାର ନିଜକୁ ବାଘ,ଶିବ ଏବଂ ପାର୍ବତୀଙ୍କ ବେଶରେ ବାହରିଛନ୍ତି । ଘଣ୍ଟ ଘଣ୍ଟାର ତାଳେ ତାଳେ ନାଚି ନାଚି ମଜି ଯାଇଛନ୍ତି । ଓଡିଶାର ନୃତ୍ୟ ଓଡିଶୀର ଛନ୍ଦରେ ମଧ୍ୟ କଳା ପ୍ରଦର୍ଶନ କରିଛନ୍ତି କଳାକାର ।
ଯାହାକି ସମସ୍ତ ଭକ୍ତଙ୍କ ମୁଗ୍ଧ କରିଛି । ଗହଳିରେ ଏହି ସବୁ ଭାବବେଗର ନୃତ୍ୟ ଦେଖିବା ପରେ ଭକ୍ତମାନେ ଶାନ୍ତି ଅନୁଭବ କରୁଛନ୍ତି । ତେବେ କେତେକ ଭକ୍ତ କଳାକାଳଙ୍କ ତାଳରେ ତାଳ ଦେଇ ନାଚ ମଧ୍ୟ କରୁଛନ୍ତି । ବଡଦାଣ୍ଡ ଏବେ ଜନ ସମୁଦ୍ର ପାଲଟି ଯାଇଛି ।
ସକାଳ ପରଠୁ ଧିରେ ଧିରେ ବଢ଼ି ଚାଲିଛି ଭକ୍ତଙ୍କ ଭିଡ । ସବୁ ବର୍ଷ ରଥଯାତ୍ରାରେ ବହୁ କଳାକାରମାନେ ନିଜର କଳା ପ୍ରଦର୍ଶନ କରିଥାନ୍ତି । ଓହିଆ କଳାକାରଙ୍କ ସମେତ ବହୁ ବିଦେଶୀ କଳାକାରମାନେ ମଧ୍ୟ ବିଭିନ୍ନ ରଙ୍ଗରସରେ ମଜି ଯାଇଛନ୍ତି । ଯାହାକି ଅତି ରମଣିୟ ।