ପୁରୀ (ଏଟିଆର ବ୍ୟୁରୋ); ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ସମସ୍ତେ ବ୍ୟାକୁଳ । ଚାତକ ଭଳି ଚାହିଁ ବସିଛନ୍ତି କେତେବେଳେ ଆସିବେ ମହାପ୍ରଭୁ । ଜଗନ୍ନାଥଙ୍କ ଦର୍ଶକ କରିବା ବଡ ଦାଣ୍ଡରେ ଲାଗିଛି ଭକ୍ତଙ୍କ ଭିଡ । ଭକ୍ତଙ୍କ ଭିଡରେ ଉଛୁଳୁଛି ବଡଦାଣ୍ଡ । ପାଖାପାଖି ୧୦ ଲକ୍ଷରୁ ଅଧିକ ଭକ୍ତ ପୁରୀରେ ଥିବା ଜଣା ପଡିଛି । ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ ।
ଆଜି ସକାଳ ପାଇବା ବେଳକୁ ୫ ଲକ୍ଷ ଭକ୍ତ ସମାଗମ ହୋଇଥିଲେ । ସମୟ ଯେତିକି ବଢ଼ୁଛି ଭକ୍ତଙ୍କ ଭିଡ ଧିରେ ଧିରେ ବଢ଼ିବାରେ ମଧ୍ୟ ଲାଗିଛି । ଦୀର୍ଘ ଗୋଟିଏ ବର୍ଷ ଅପେକ୍ଷା କରିବା ପରେ ଏହି ଘୋଷଯାତ୍ରା ଆସିଛି । ଏଣୁ ରଥ ଟାଣିବା ପାଇଁ ଭକ୍ତମାନେ ଇଙ୍ଗଦାଣ୍ଡରେ ଭିଡ ଲଗାଇଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ରଥଯାତ୍ରାର କିଛି ମହତ୍ୱପୂର୍ଣ୍ଣ କଥା ।
ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥୀରେ ଅନୁଷ୍ଠିତ ହୋଇଥାଏ ଘୋଷଯାତ୍ରା । ଭାଇ ଭଉଣୀଙ୍କ ସହ ମାଉସୀ ଗୁଣ୍ଡିଚା ରାଣୀଙ୍କ ଘରକୁ ଯାଇଥାନ୍ତି ମହାପ୍ରଭୁ । ମାଉସୀ ଘରେ ୯ ଦିନ ରହିବା ପରେ ଦଶମୀ ତିଥୀରେ ଶ୍ରୀଜିଉ ମାନେ ବଡ଼ଦେଉଳ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ। ରଥଯାତ୍ରାର ପ୍ରମୁଖ ଆକର୍ଷଣ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରର ପବିତ୍ର ବଡ଼ ଦାଣ୍ଡରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ପ୍ରସ୍ତୁତ ଅଛି। ହଜାର ହଜାର ଭକ୍ତ ତିନି ରଥକୁ ଶ୍ରୀମନ୍ଦିର ସମ୍ମୁଖରୁ ଶରଧାବାଲି ଅଭିମୁଖେ ଟାଣି ନେବେ।