ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ମଣିଷ ଯେକୌଣସି ଭଗବାନଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଏହାସହିତ ସମସ୍ତଙ୍କର କୌଣସି ଜଣେ ପ୍ରିୟ ଠାକୁର ମଧ୍ୟ ଥାନ୍ତି । ମଣିଷ ଜୀବନରେ ପୂଜା-ପାଠର ବିଶେଷ ଏବଂ ଅଲଗା ମହତ୍ୱ ଥାଏ । ମାତ୍ର ହିନ୍ଦୁ ଧର୍ମରେ ପୂଜା-ପାଠକୁ ବହୁତ ମହତ୍ୱପୂର୍ଣ୍ଣ ବୋଲି କୁହାଯାଇଥାଏ । ଆଜ୍ଞା ହଁ କୁହାଯାଏ କି ହିନ୍ଦୁ ଧର୍ମର ଲୋକଙ୍କର ଇଶ୍ୱରଙ୍କ ପ୍ରତି ଆସ୍ଥା ବହୁତ ଥାଏ । ଏହାସହିତ ହିନ୍ଦୁ ଧର୍ମରେ ବହୁ ପୁରାତନ କାଳରୁ ପୂଜା-ପାଠର ପରମ୍ପରା ଚାଲି ଆସିଛି । ଏହାକୁ ବିଶ୍ୱାସ ଏବଂ ଆସ୍ଥା ମଧ୍ୟ କୁହାଯାଏ । ଯେତେବେଳେ ଆପଣ ଘରେ ହେଉ ଅବା ମନ୍ଦିରରେ ପୂଜା କରିଥାନ୍ତି ସେତେବେଳେ ଥାଳିରେ କଏନ୍ ପକାଇଥାନ୍ତି । ସେହି କଏନ୍ ଭଗବାନଙ୍କୁ ଚଢା ଯାଇଥାଏ, ଏଥିରେ ବିଶ୍ୱାସ ରହିଛି କି ଏହି କଏନ ଇଶ୍ୱରକୁ ଦାନ ରୂପରେ ଚଢାଯାଇଥାଏ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛି କି ଯଦି ଆପଣ ମନ୍ଦିରରେ କଏନ୍ ଚଡାଉଛନ୍ତି, ତେବେ କେଉଁ କଥା ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍ ।
କୁହାଯାଏ କି ଯଦି ଆପଣ ଭୁଲ୍ ଉପାୟରେ ଭଗବାନଙ୍କୁ ପଇସା ଚଢାଉଛନ୍ତି ତେବେ ଆପଣ ଜୀବନରେ କଦାପି ଧନୀ ହୋଇପାରିବେ ନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଭଗବାନଙ୍କୁ କଏନ୍ ଚଢାଇବା ବେଳେ ଧ୍ୟାନ ରଖିଥିବେ କି ଯେପରି ଆଦରର ସହିତ କଏନ୍ ଚଢାଇବେ । ତାହା ନୁହେଁ କି ଭଗବାନଙ୍କ ସାମ୍ନାରେ କଏନକୁ ଫିଙ୍ଗି ଦେବା । ଆପଣମାନେ ସମସ୍ତେ ଦେଖିଥିବେ ଅଧିକାଂଶ ଲୋକ ଏହଭଳି କରିଥାନ୍ତି । ଯେତେବେଳେ ମନ୍ଦିର ଯାଇଥାନ୍ତି ନିଜ ପକେଟରୁ କଏନ୍ ବାହାର କରି ଭଗବାନଙ୍କ ସାମ୍ନାରେ ଫିଙ୍ଗି ଦେଇଥାନ୍ତି । ଏଭଳି ଲାଗେ କି ସେମାନେ ଭଗବାନଙ୍କୁ ଭିକ ଦେଉଛନ୍ତି । ଯାହା ଅତ୍ୟନ୍ତ ଭୁଲ୍ ଅଟେ ।
ସେଥିପାଇଁ ଯେତେବେଳେ ଆପଣ ଭଗବାନଙ୍କୁ ପଇସା ବା କଏନ ଚଢାଉଛନ୍ତି ସେତେବେଳେ ଆଦର ସମ୍ମାନ ସହ ମୁଣ୍ଡ ନୁଆଁଇ ଚଢାନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ପୂଜାରେ ସଫଳତା ମିଳିଥାଏ । ଏହାସହିତ ଜୀବନରେ ଆସିବାକୁ ଥିବା ସମସ୍ତ ଦୁଃଖ କଷ୍ଟରୁ ଛୁଟ୍ କାରା ମିଳେ ଏବଂ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।