ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜ୍ୟୋତିଷ ଶାସ୍ତ୍ରରେ ଗୁରୁ ଗ୍ରହକୁ ଧର୍ମର କାରକ ବୋଲି କୁହାଯାଏ । ଯଦି ଏହି ଗ୍ରହ ଜାତକରେ ଅଶୁଭ ଥାଏ ତେବେ ବ୍ୟକ୍ତିଙ୍କ ଭାଗ୍ୟ ସୁଧୁରି ନଥାଏ । ଘରେ ସ୍ୱଚ୍ଛତାର ମଧ୍ୟ ଅଭାବ ଦେଖା ଦେଇଥାଏ । ତେବେ ଆସନ୍ତୁ ଜାଣିବା ଏଭଳି ଭାଗ୍ୟଦୟୋର ବାଧାକୁ ଦୂର କରିବାର କିଛି ସରଳ ଉପାୟ ।
– ପ୍ରତିଦିନ ତୁଳସୀ ଗଛକୁ ପୂଜା କରନ୍ତୁ । କିନ୍ତୁ ପ୍ରତ୍ୟେକ ଗୁରୁବାର ଦିନ ଏହି ଗଛରେ କଞ୍ଚା ଖୀର ଚଢାଇବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ ।
– ଜାତକରେ ଥିବା ସମସ୍ତ ଦୋଷ ଦୂର କରିବା ପାଇଁ ଶିବ ଲିଙ୍ଗରେ କେଶର ମିଶା ଖୀର ଚଢାନ୍ତୁ । ଏହାଦ୍ୱାରା ଦୁର୍ଭାଗ୍ୟ ଦୂର ହୋଇଥାଏ ।
– ଗୁରୁବାର ଦିନ କଦଳୀ ଗଛକୁ ପୂଜା କରନ୍ତୁ । ଗୋଟା ହଳଦୀ ଏବଂ ହଳଦିଆ ମିଠା ଚଢାନ୍ତୁ । ଏହାଦ୍ୱାରା ବିବାହ ସମ୍ବନ୍ଧୀୟ ଦୋଷ ଦୂର ହୋଇଥାଏ ।
– ଯଦି ବିବାହରେ ଅସୁବିଧା ଦେଖାଯାଉଛି ତେବେ ଗୁରୁବାର ଦିନ ହଳଦିଆ ବସ୍ତ୍ର ଧାରଣ କରନ୍ତୁ । କିମ୍ବା ହଳଦିଆ କପଡା ପାଖରେ ରଖନ୍ତୁ । ଏଭଳି କରିବା ଦ୍ୱାରା ଖୁବ୍ ଶୀଘ୍ର ବିବାହ ହୋଇଯାଇଥାଏ ।
– ଭଗବାନ ବିଷ୍ଣୁଙ୍କ ମନ୍ଦିରକୁ ଯାଆନ୍ତୁ ଏବଂ ହଳଦିଆ ଫୁଲ ଚଢାନ୍ତୁ । ଏହାଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ସମାଧାନ ହେବାର ସମ୍ଭାବନା ଥାଏ ।
– ଦକ୍ଷିଣାବର୍ତ୍ତି ଶଙ୍ଖରେ କେଶର ମିଶ୍ରିତ ଜଳ ଏବଂ ଖୀରରେ ବାଲ ଗୋପାଳଙ୍କୁ ଅଭିଶେଖ କରନ୍ତୁ । ଏହାଦ୍ୱାରା ଘରେ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ ।