ସମ୍ବଲପୁର (ଏଟିଆର ବ୍ୟୁରୋ): ଭକ୍ତଙ୍କୁ ଦର୍ଶନ ଦେଲେ ମା’ । ସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ମା ସମଲେଶ୍ୱରୀଙ୍କ ମନ୍ଦିର । ଦୁଇଟି ସିଫ୍ଟରେ ତଥା ସକାଳ ୬ଟାରୁ ଦିନ ୧୧ ଟା ଏବଂ ଦିନ ୧ଟାରୁ ସନ୍ଧ୍ୟା ୭ଟା ଯାଏଁ ମାଙ୍କ ଦର୍ଶନ କରିପାରିବେ ଭକ୍ତ । ପୂର୍ବଭଳି ମନ୍ଦିରରେ ସମସ୍ତ କୋଭିଡ କଟକଣା ବଳବତ୍ତର ରହିବ ।
ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ହେତୁ ଜାନୁଆରୀ ୧୧ ରୁ ଭକ୍ତଙ୍କ ପାଇଁ ମା ସମଲେଶ୍ୱରୀଙ୍କ ମନ୍ଦିର ବନ୍ଦ ରଖାଯାଇଥିଲା । କିନ୍ତୁ ଏବେ ସଂକ୍ରମଣ ହ୍ରାସ ହେବା ପରେ ମନ୍ଦିର ଖୋଲିବା ନେଇ ନିଷ୍ପତି ନେଇଛି ଜିଲ୍ଲା ପ୍ରାଶାସନ ।