ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ସମଗ୍ର ପଶ୍ଚିମାଞ୍ଚଳରେ ପାଳିତ ହେଉଛି ସମ୍ବଲପୁରୀ ଦିବସ । ଏନେଇ ଉତ୍ସବ ମୁଖର ହୋଇ ଉଛିଠି ସମଗ୍ର ପଶ୍ଚିମାଞ୍ଚଳ । ସମ୍ବଲପୁର ଭାଷାର ଜନକ ହେଉଛନ୍ତି ସତ୍ୟନାରାୟଣ ବହିଦାର । ତାଙ୍କ ଜନ୍ମତିଥିକୁ ମନେପକାଇବା ସହ ସମ୍ବଲପୁରୀ ଭାଷା,ସଂସ୍କୃତି,କଳା ଏବଂ ଐତିହ୍ୟର ପ୍ରଚାର ପ୍ରସାର ଉଦ୍ଦ୍ୟେଶରେ ଏହି ଦିବସଟିକୁ ପାଳନ କରାଯାଏ ।
ବର୍ଷ ୨୦୧୩ ମସିହାରୁ ଏହି ଦିବସ ପାଳନ ହୋଇ ଆସୁଥିବା ବେଳେ ପ୍ରଥମ ଦୁଇ ବର୍ଷ ଯାଏଁ ଏହି ପର୍ବ ବାଟେଘାଟେ ନାମରେ ପରିଚିତ ଥିଲା । ପରବର୍ତ୍ତି ଅବସ୍ଥାରେ ବିଭିନ୍ନ ସଂଗଠନ ଏହି ଦିବସଟିକୁ ସମ୍ବଲପୁରୀ ଦିବସ ରୂପେ ପାଳନ ପାଇଁ ଦାବି ହୋଇଥିଲା ।
ଏହି ଦିନର ଖାସ୍ ସ୍ୱତନ୍ତ୍ରତା ହେଉଛି ନିଜକୁ ସମ୍ବଲପୁରିଆ ଭାବେ ଗର୍ବ କରୁଥିବା ପ୍ରତିଟି ମଣିଷ, ପ୍ରତିଟି ପରିବାର , ପ୍ରତିଟି ସଂଗଠନ ସମ୍ବଲପୁରୀ ଭାଷା, ସମ୍ବଲପୁରୀ ବସ୍ତ୍ର ଏବଂ ସମ୍ବଲପୁରୀ ଖାଦ୍ୟ ଗ୍ରହଣ କରି ଦିବସଟିକୁ ସ୍ମରଣୀୟ କରିଥାନ୍ତି । ଏହାସହିତ ବିଭିନ୍ନ ସ୍ଥାନରେ ନୃତ୍ୟ , ଗୀତ ଏବଂ ବାଦ୍ୟ ପରିବେଷଣ କରାଯାଇ ସମ୍ବଲପୁରୀ ଭାଷା ଓ କଳାର ମହାନତା ସମ୍ପର୍କରେ ସାରା ବିଶ୍ୱକୁ ସୂଚନା ଦିଆଯାଇଥାଏ ।