ଭୁବନେଶ୍ୱର: ଯୋଡା ଶ୍ରାବଣ ମାସର ଆଜି ସପ୍ତମ ସୋମବାର । ଆଜିର ଦିନଟି ଖୁବ୍ ଶୁଭ ଅଟେ । କାରଣ ଆଜି ମଧ୍ୟ ନାଗ ପଞ୍ଚମୀ । ଏହିଦିନ ପୂଜା କରିବା ଦ୍ୱାରା ଶିବଙ୍କ ସହିତ ନାଗ ଦେବତାଙ୍କ କୃପା ମଧ୍ୟ ଲାଭ ହୋଇଥାଏ । ଏଭଳି କ୍ଷେତ୍ରରେ ନାଗ ଦେବତା ଏବଂ ଶ୍ରାବଣ ସୋମବାର ପୂଜା ର ଏକକାଳୀନ ସଂଯୋଗ ବହୁତ ଶୁଭ ।
ନାଗ ପଞ୍ଚମୀ ପୂଜା ବିଧି:
– ନାଗ ପଞ୍ଚମୀ ଦିନ ଅନନ୍ତ, ବାସୁକି, ପଦ୍ମ, ମହାପଦ୍ମ, ତକ୍ଷକ, କୁଲୀର, କର୍କଟ, ଶଙ୍ଖ, କାଳିଆ, ପିଙ୍ଗଳ ନାମକ ଦେବ ନାଗଙ୍କ ପୂଜା କରାଯାଇଥାଏ ।
– ଏହିଦନ ଘର ଦ୍ୱାରରେ ସାପର ଆଠ ଆକୃତି ବନାନ୍ତୁ ।
– ଏହାପରେ ହଳଦୀ, ସିନ୍ଦୁର, ଚନ୍ଦନ, ଚାଉଳ ଏବଂ ଫୁଲ ଚଢାଇ ନାଗଦେବତାଙ୍କ ପୂଜା କରନ୍ତୁ ।
– ମିଠା ଭୋଗ ଲଗାଇ ନାଗଦେବତାଙ୍କ କଥା ଅବଶ୍ୟ ପଢନ୍ତୁ ।
– ପୂଜା କରିବା ପରେ କଞ୍ଚା ଖୀରରେ ଘିଅ,ଚିନି,ମିଶାଇ ସାପକୁ ପିଇବା ପାଇଁ ଦିଅନ୍ତୁ ।