ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସେପ୍ଟମ୍ବର ୧୦ ରୁ ଆରମ୍ଭ ହେବାକୁ ଯାଉଛି ପିତୃ ପକ୍ଷ । କୁହାଯାଏ କି ଶ୍ରାଦ୍ଧ ପକ୍ଷରେ ପିତୃ ପୁରୁଷ ଧରାପୃଷ୍ଠକୁ ଆସିଥାନ୍ତି । ଏହି ଅବସରରେ ତର୍ପଣ, ପିଣ୍ଡଦାନ କରିବା ଦ୍ୱାରା ସେମାନଙ୍କୁ ମିଳିଥାଏ । ପିତୃପକ୍ଷରେ ବିଧିବଧ ଭାବେ ପୂର୍ବପୁରୁଷଙ୍କ ଶ୍ରାଦ୍ଧ କରାଯାଏ । ଏହାଦ୍ୱାରା ଘରେ ଖୁସି ଆସିବା ଧନ ବୃଦ୍ଧି ହୋଇଥାଏ ।
ଶାସ୍ତ୍ରଅନୁସାରେ କୁତପ ବେଳାରେ ପିତୃପୁରୁଷଙ୍କ ପିଣ୍ଡଦାନ କରିବା ଉଚିତ୍ । ତର୍ପଣ କରିବା ସମୟରେ କୁଶ ଏବଂ କଳାଜିରା ଉପଯୋଗ କରିବା ଜରୁରୀ ।
ଶ୍ରାଦ୍ଧ କର୍ମରେ କୌଣସି ଶୁଭ କାର୍ଯ କରିବା ବାର୍ଜିତ । ଏହାସହିତ ପିତୃପକ୍ଷରେ ସାଧା ଭୋଜନ କରିବା ଉଚିତ୍ । ଧ୍ୟାନ ରଖିବା ଉଚିତ୍ କି ପିତୃପକ୍ଷ ୧୬ ଦିନ ଯାକ ଘରେ ଯେପରି କୌଣସି କଳି ଝଗଡା ନ ହୁଏ । ନଚତେ୍ ତର୍ପଣ ସଫଳ ହେବନି ।