ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅକ୍ଟୋବର ୭ ରେ ଆରମ୍ଭ ହେବାକୁ ଯାଉଛି ଶାରଦୀୟ ନବରାତ୍ରୀ । ନବରାତ୍ରୀର ନଅଦିନ ଯାକ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ପ୍ରତ୍ୟେକ ବର୍ଷ ମା ଦୁର୍ଗାଙ୍କୁ ଖୁସୀ କରାଇବା ପାଇଁ ନବରାତ୍ରୀ ପର୍ବ ପାଳନ କରାଯାଇଥାଏ । ଏହି ଅବସରରେ ଯେଉଁମାନେ ବ୍ରତ ରଖି ପାରନ୍ତି ନାହିଁ ସେମାନେ କେବଳ ଦେବୀ ମାଙ୍କ ପୂଜା କରି ସପ୍ତସତୀ ପାଠ କରିପାରିବେ । ସେହିପରି ନବରାତ୍ରୀର ପ୍ରଥମ ଦିନ ଅନେକ ଜଣ ଯବ ବୁଣିଥାନ୍ତି । ଏହାର ଖୁବ୍ ମହତ୍ୱ ମଧ୍ୟ ରହିଛି । ଶାସ୍ତ୍ର ଅନୁଯାୟୀ ସୃଷ୍ଟିର ଆରମ୍ଭ ହେବା ପରେ ପ୍ରଥମ ଫସଲ ଥିଲା ଯବ । ସେଥିପାଇଁ ଯେତେବେଳେ ବି ଦେବାଦେବୀଙ୍କ ପୂଜା କରାଯାଏ ସେତେବେଳେ ହୋମରେ ଯବ ବ୍ୟବହାର କରାଯାଇଥାଏ । ସେହିପରି କୁହାଯାଇଥାଏ କି ନବରାତ୍ରୀରେ ବୁଣା ଯାଇଥିବା ଯବ ଭବିଷ୍ୟତ ସହ ଜଡିତ କିଛି କଥାର ସଂକେତ ଦେଇଥାଏ ।
– କୁହାଯାଏ କି ନବରାତ୍ରୀରେ ବୁଣା ଯାଇଥିବା ଯବ ଦ୍ରୁତ ବେଗରେ ବଢିବା ଦ୍ୱାରା ଘରେ ଏହା ସୁଖ ସମୃଦ୍ଧିର ସଂକେତ ।
– ସେହିପରି ଯଦି ଠିକ୍ ଭାବେ ଯବ ଅଙ୍କୁରିତ ହୁଏ ନାହିଁ କି ଘନ ହୁଏନି ତେବେ ଏହା ଘର ପାଇଁ ଅଶୁଭର ସଂକେତ ।
– କୁହାଯାଏ କି ଯଦି କଳା ରଙ୍ଗ ବଙ୍କା ଢଙ୍କା ଯବ ଉଠେ ତେବେ ଏହା ମଧ୍ୟ ଅଶୁଭ ସଂକେତ ।
– ବିିଶ୍ୱାସ ରହିଛି କି ଯବ ର ରଙ୍ଗ ତଳ ପଟୁ ଅଧା ହଳଦିଆ ଏବଂ ଉପର ପଟୁ ଅଧା ସବୁଜ ହୋଇଥିଲେ ଏହାର ଅର୍ଥ ଆଗାମୀ ବର୍ଷ ଅଧା ସମୟ ଭଲରେ କଟିବ ।
– ସେହିପରି ଯବର ରଙ୍ଗ ତଳପଟୁ ଅଧା ସବୁଜ ଏବଂ ଉପରପଟୁ ଅଧା ହଳଦିଆ ହୋଇଥିବ ତେବେ ଏହାର ଅର୍ଥ ବର୍ଷର ଆରମ୍ଭ ଭଲରେ କଟିବ କିନ୍ତୁ ପରେ ଆପଣଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିବ ।
– ଆହୁରି ମଧ୍ୟ କୁହାଯାଏ କି ବୁଣା ଯାଇଥିବା ଯବ ଯଦି ଧଳା ବା ସବୁଜ ରଙ୍ଗ ହୋଇଥିବ ତେବେ ଏହା ଶୁଭ ସଂକେତ ।