ପୁରୀ (ଏଟିଆର ବ୍ୟୁରୋ); ଆଜି ପବିତ୍ର ବାହୁଡା ଯାତ୍ରା । ଭଗବାନଙ୍କ ଭାବରେ ନିମଗ୍ନ ଭକ୍ତ । କାଳିଆର ଦର୍ଶନ ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଛନ୍ତି ଭକ୍ତ । ତେବେ ରଥଟଣା ଆରମ୍ଭ ହେବା ପୂର୍ବରୁ ବହୁ କଳାକାରମାନେ ନିଜର କଳା ପ୍ରଦର୍ଶନ କରିଛନ୍ତି । କିଏ କୃଷ୍ଣ,ବଳରାମ ବେଶରେ ସଜେଇ ହୋଇଛି ତ ଆଉ କିଏ ଦେବଦାସୀ । ଏଭଳି ବିଭିନ୍ନ ବେଶରେ ସଜେଇ ହୋଇ ମନମୋହୁଛନ୍ତି କଳାକାର । ତେବେ ରଙ୍ଗ ରସ ସବୁ ତୋରି ପାଇଁରେ କାଳିଆ… ଏଭଳି କହିଛନ୍ତି କଳାକାରମାନେ ।
ଭାଇ ଭଉଣୀଙ୍କ ସାଙ୍ଗରେ ମାଉସୀ ଘରେ ରହିଥିଲେ ନଟିଆ ଠାକୁର । ଆଜି ପବିତ୍ର ବାହୁଡାରେ ପୁଣିଥରେ ଶ୍ରୀମନ୍ଦିରକୁ ଫେରୁଛନ୍ତି । ଏଣୁ କଳାକାରମାନେ ନିଜର କଳାକୁ ରଥ ଆଗରେ ପ୍ରଦର୍ଶନ କରିଥିଲେ । ତେବେ ଗହଳିରେ ଯେତିକି କଷ୍ଟ ଅନୁଭବ ହେଉଥିବା ସବୁ ଦୁଃଖ କଷ୍ଟ ଦୂର ହୋଇ ଯାଉଛି ଯେତେବେଳେ କାଳିଆର ଚକା ଆଖି ଦେଖିବା ପରେ । ଆଉ କଳାକାରଙ୍କ କଳା ନେଇ ଯାଉଛି କେଉଁ ଏକ ପୁରୁଣା ଯୁଗକୁ । ଆଉ ମନର ସମସ୍ତ ଦୁଃଖ ଦୂର କରି ଦେଇ ଫୁଟି ଉଠୁଛି ହସ ।
ରଥଯାତ୍ରା ଦିନ ମଧ୍ୟ ଏହି କଳାକାରମାନେ ନିଜର କଳା ପ୍ରଦର୍ଶନ । ତେବେ ଆଜି ମଧ୍ୟ ସମାନ ଢ଼ଙ୍ଗରେ ପ୍ରଦର୍ଶନ କରିଛନ୍ତି ନିଜର କଳା । ହଜାର ହଜାର ଭକ୍ତଙ୍କ ଆଗରେ କଳା ପ୍ରଦର୍ଶନ ବହୁତ କଷ୍ଟ । ତଥାପି ଜଗନ୍ନାଥଙ୍କ ମହିମା ପାଇଁ ସବୁ କିଛି ସମ୍ଭବ ।