ପୁରୀ (ଏଟିଆର ବ୍ୟୁରୋ): ସ୍ନାନବେଦୀରୁ ସ୍ନାନ ସାରି ଚର୍ତୁଦ୍ଧା ମୂରତୀ ରତ୍ନସିଂହାସନ ଛାଡି ଜ୍ୱରରେ ଅଣସର ଘରେ ଅଛନ୍ତି । ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ଗୁପ୍ତ ସେବା ଚାଲିଛି । ଧୀରେ ଧୀରେ ମହାପ୍ରଭୁ ସୁସ୍ଥ ଅନୁଭବ କଲେଣି । ଆଜି ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁପ୍ତ ସେବାରେ ଖଳିପ୍ରସାଦ ଲାଗି ହେବ ।
ସୁଦୁ ସୁଆରଙ୍କ ଘରେ ପ୍ରସ୍ତୁତ ହୋଇଥିବା ଏହି ଖଳି ପ୍ରସାଦ ମନ୍ଦିରକୁ ଆସିବା ପରେ ସେବାୟତଙ୍କ ଦ୍ୱାରା ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲେପନ କରାଯାଇଥାଏ । ଏହି ଖଳି ପ୍ରସାଦ ମୁଖ୍ୟତଃ କସ୍ତୁରୀ, ଚନ୍ଦନ, କର୍ପୁର ଆଦି ମିଶ୍ରଣରେ ପ୍ରସ୍ତୁତ ହୋଇଥାଏ ।