କେନ୍ଦୁଝର (ଏଟିଆର ବ୍ୟୁରୋ): ଆଜି ସମସ୍ତ ଦେବୀ ପୀଠରେ ମହାଷ୍ଟମୀ ଏବଂ ମଣ୍ଡପମାନଙ୍କେ ମହାସପ୍ତମୀ ପାଳିତ ହେଉଥିବା ବେଳେ କିନ୍ତୁ ଘଟଗାଁ ମା ତାରିଣୀଙ୍କ ପୀଠରେ ପାଳିତ ହେଉଛି ମହାସପ୍ତମୀ ।
ଏହି ଅବସରରେ ଆଜି ମା ତାରିଣୀକୁ ସୁନା ବେଶରେ ଶୁସଜ୍ଜିତ କରାଯାଇଛି । ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା । ମାଙ୍କର ଏହି ସୁନା ବେଶକୁ ଦର୍ଶନ କରିବା ପାଇଁ ସକାଳୁ ତାରିଣୀ ପୀଠକୁ ଭକ୍ତଙ୍କ ସୁଅ ଛୁଟିଛି । ଆଜିଠୁ ବିଜୟ ଦଶମୀ ଯାଏ ମା’ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ସେପଟେ ଶୃଙ୍ଖଳିଭ ଭାବେ ଦର୍ଶନ ନିମନ୍ତେ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।