ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ଓଁର ର ଖୁବ୍ ମହତ୍ୱ ରହିଛି । ଏହାସହିତ ସମସ୍ତ ମନ୍ତ୍ରରେ ଉଚ୍ଚାରଣ ଓଁ ରୁ ହୋଇଥାଏ । ଓଁ ରେ ଏତେ ମାତ୍ରାରେ ଶକ୍ତି ରହିଛି କି ଏହାକୁ ଜପ କରିବା ଦ୍ୱାରା ଇଶ୍ୱର ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । କୁହାଯାଏଁ ଓଁରେ ହିଁ ସାରା ବ୍ରହ୍ମାଣ୍ଡର ଜ୍ଞାନ ରହିଛି ।
ଓଁ ଶବ୍ଦଟି ତିନୋଟି ଧ୍ୱନିରୁ ପ୍ରସ୍ତୁତ । ଅ,ଓ, ମ ଏହି ତିନି ଧ୍ୱନିର ଅର୍ଥ ଉପନିଶେଧରେ ଆସିଥାଏ । ଏହା ବ୍ରାହ୍ମା, ବିଷ୍ଣୁ ଏବଂ ମହେଶ୍ୱରର ପ୍ରତୀକ ଏବଂ ଏହା ଭୁଃ ଲୋକ, ଭୁବଃ ଲୋକ ଏବଂ ସ୍ୱର୍ଗ ଲୋକର ପ୍ରତୀକ । ଏହାର ଆଚରଣରେ ସକରାତ୍ମକ ଶକ୍ତି ସଂଚାର ହୋଇଥାଏ ।
ସେଥିପାଇଁ ଓଁ ଉଚ୍ଚାରଣ କରିବା ସମୟରେ ସାବଧାନତା ଅବଲମ୍ବନ କରିବା ଉଚିତ୍ । ତେବେ ଆସନ୍ତୁ ଜାଣିବା ଓଁ ଉଚ୍ଚାରଣ କରିବା ସମୟରେ କେଉଁ ପ୍ରତି ଧ୍ୟାନ ଦେବା ଉଚିତ୍ ।
– ସକାଳୁ ଉଠି ପବିତ୍ର ହୋଇ ଓଁ ଉଚ୍ଚାରଣ କରିବା ଉଚିତ୍ ।
– ଓଁ ର ଉଚ୍ଚାରଣ ସର୍ବଦା ସ୍ୱଚ୍ଛ ଏବଂ ଖୋଲା ବାତାବରଣରେ କରିବା ଉଚିତ୍ ।
– ପଦ୍ମାସନ, ଅର୍ଧପଦ୍ମାସନ, ସୁଖାସନ, ବ୍ରଜାସନରେ ବସି ଓଁ ର ଉଚ୍ଚାରଣ କରିବା ଉଚିତ୍ ।
– ଜୋର ଏବଂ ଧୀରେ ଧୀରେ ବି ଓଁ ଉଚ୍ଚାରଣ କରି ପାରିବେ ।
– ୫, ୭, ୧୧ ବା ୨୧ ଥର ଓଁ ଉଚ୍ଚାରଣ କରିବା ଉଚିତ୍ ।