ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ମହାମାରୀରେ ଲୋକଙ୍କର ଜନଜୀବନ ଅସ୍ଥବ୍ୟସ୍ତ ହୋଇପଡିଥିବା ବେଳେ ବୋଝ ଉପରେ ଲଳିତା ବିଡା ଭଳି ବିଦ୍ୟୁତୁ ଶୁଳ୍କ ବଢାଇ ଲୋକଙ୍କୁ ବିଦ୍ୟୁତ ଛାଟ ମାରିଛି ଓଇଆରସି । ଆଜି ୨୦୨୦- ୨୧ ବର୍ଷ ଲାଗି ୪ପ୍ରତିଶତ ବିଦ୍ୟୁତ ଶୁଳ୍କ ବୃଦ୍ଧି କରିଛି ଓଡିଶା ବିଦ୍ୟୁତ ନିୟାମିକ ଆୟୋଗ (ଓଇଆରସି) । ଅକ୍ଟୋବର ପହିଲାରୁ ଗ୍ରାହକଙ୍କୁ ଏହି ବର୍ଦ୍ଧିତ ବିଜୁଳି ବିଲ ଦେବାକୁ ହେବ ।
ଏହା ଉପରେ ପ୍ରତିକ୍ରିୟା ଦେଇ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ଦୀର୍ଘ ୭ ବର୍ଷ ପରେ ୪ ପ୍ରତିଶତ ଶୁଳ୍କ ବୃଦ୍ଧି କରାଯାଇଛି । ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ଓଇଆରସି ନେଇଥାନ୍ତି । ଏହା ମଧ୍ୟରେ ଉତ୍ପାଦନ, ପ୍ରସାରଣ ଏବଂ ବଣ୍ଟନ ଖର୍ଚ୍ଚ ବଢ଼ିଥିବାରୁ ଶୁଳ୍କ ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ତେବେ ବର୍ଦ୍ଧିତ ବିଜୁଳି ବିଲ ଉପରେ ଉପଭୋକ୍ତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ବଢିଲା ବିଦ୍ୟୁତ ବିଲ, ୪ପ୍ରତିଶତ ବିଜୁଳି ଶୁଳ୍କ ବଢାଇଲା ଓଇଆଇସି
Tags #AtrNews #Odisha