ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୁନିଆରେ ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ଆର୍ଥିକ ସମସ୍ୟା ଦେଖାଦେଇଥାଏ । ଧନ ର ଆବଶ୍ୟକ ସମସ୍ତଙ୍କର ରହିଛି ଏବଂ ଧନ ବିନା ଜୀବନଯାପନ ଅସମ୍ଭବ । ସେହି ଅନୁଯାୟୀ ଧନ ଆୟ କରିବା ପାଇଁ ଶାସ୍ତ୍ରରେ କିଛି କଥା ଲିଖିତ ଅଛି । ଆଜି ଆମେ ଆପଣଙ୍କୁ ଏକ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାଦ୍ୱାରା ଆପଣ ଅଧିକ ମାତ୍ରାରେ ଧନ ଉପାର୍ଜନ କରିପାରିବେ । କିନ୍ତୁ ଧ୍ୟାନ ରଖିଥିବେ କି ଏହି ଉପାୟ କେବଳ ଗୁରୁବାର ଦିନ କରିବା ଉଚିତ୍ । ଆଜ୍ଞା ହଁ ଏହି ଉପାୟ ଗୁରୁବାର ଦିନ କରିବା ଦ୍ୱାରା ବହୁତ ଲାଭ ହୋଇଥାଏ ।
ଉପାୟ:- ଗୁରୁବାର ଦିନ ସକାଳୁ ସ୍ନାନ ସାରି ହଳଦିଆ ବସ୍ତ୍ର ପିନ୍ଧନ୍ତୁ । ଯଦି ଆପଣଙ୍କ ପାଖରେ କୌଣସି ହଳଦିଆ ବସ୍ତ୍ର ନାହିଁ ତେବେ ଆପଣ ହଳଦିଆ ରୁମାଲ ବ୍ୟବହାର କରିପାରିବେ । ସେହି ରୁମାଲକୁ ମୁଣ୍ଡରେ ବାନ୍ଧି ଦିଅନ୍ତୁ । ଏହାପରେ ଆପଣ କଦଳୀ ଗଛ ମୂଳକୁ ଯାଆନ୍ତୁ । ଆପଣ ଯିବା ସମୟରେ ଯେପରି ପଛରୁ କେହି ନ ଡାକନ୍ତି । ସେହି କଦଳୀ ଗଛ ମୂଳକୁ ଯାଇ ଚେର ଆଣି ପାଖରେ ରଖନ୍ତୁ । ଏହି ଚେର ନେବା ବେଳେ ଯେପରି ଆପଣଙ୍କୁ କେହି ନଦେଖିେବେ ସେଥିପ୍ରତି ଧ୍ୟାନ ରଖିଥିବେ । ପରେ ସେହି ଚେରକୁ ଗଙ୍ଗାଜଳରେ ଧୋଇ ଦେଇ ସେଥିରେ ହଳଦିଆ ସୂତା ବାନ୍ଧି ତାକୁ ଆପଣଙ୍କ ଆଲମିରା କିମ୍ବା ପର୍ସରେ ରଖନ୍ତୁ । କୁହାଯାଏ ଏହି ଉପାୟ କରିବା ଦ୍ୱାରା ଧନ ଲାଭ ହୋଇଥାଏ ।