ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ ହେଉଛି ରକ୍ଷା ବନ୍ଧନ । ଏହା ଆନନ୍ଦ ଉଲ୍ଲାସର ପର୍ବ । ପ୍ରତ୍ୟେକ ବର୍ଷ ଶ୍ରାବଣ ମାସ କୃଷ୍ଣ ପକ୍ଷ ପୂର୍ଣ୍ଣିମାରେ ପାଳନ କରାଯାଏ । ଚଳିତବର୍ଷ ୨୨ ଅଗଷ୍ଟରେ ପାଳିତ ହେବାକୁ ଯାଉଛି ରକ୍ଷା ବନ୍ଧନ । ଏହି ଦିନ ଭଉଣୀ ତାର ଭାଇ ହାତରେ ରକ୍ଷା ସୂତ୍ରର ରାକ୍ଷି ବାନ୍ଧିଥାଏ । ଏହାପରେ ଭାଇ ତାର ଭଉଣୀକୁ ରକ୍ଷା କରିବାର ବଚନ ଦେଇଥାଏ । ସେହିପରି ହିନ୍ଦୁଧର୍ମରେ ଦେବତାମାନଙ୍କୁ ରାକ୍ଷୀ ବାନ୍ଧିବାର ପରମ୍ପରା ମଧ୍ୟ ରହିଛି । ମାନ୍ୟତା ରହିଛି କି ଦେବତାମାନଙ୍କୁ ରାକ୍ଷୀ ବାନ୍ଧିବା ଦ୍ୱାରା ଭଗବାନ ସେମାନଙ୍କ ମନସ୍କାମନା ପୁରଣ କରିଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଦେବତାଙ୍କୁ କେଉଁ କେଉଁ ରାକ୍ଷୀ ବାନ୍ଧିବା ଦ୍ୱାରା ମନସ୍କାମନା ପୁରଣ ହୋଇଥାଏ ।
ଶ୍ରୀଗଣେଶ: ରକ୍ଷା ବନ୍ଧନ ଦିନ ଭଗବାନ ଗଣେଶଙ୍କୁ ଲାଲ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ । କାରଣ ଗଣେଶଙ୍କର ପ୍ରିୟ ହେଉଛି ଲାଲ ରଙ୍ଗ । ମାନ୍ୟତା ରହିଛି କି ଏଭଳି କରିବା ଦ୍ୱାରା କଷ୍ଟ ଓ ସଙ୍କଟ ଦୂର ହୋଇଥାଏ । ତଥା ରିଦ୍ଧି-ସିଦ୍ଧି ପ୍ରାପ୍ତି ହୋଇଥାଏ ।
ଭଗବାନ ଶିବ: ଶ୍ରାବଣ ପୂର୍ଣ୍ଣିମାରେ ରକ୍ଷାବନ୍ଧନ ପର୍ବ ପାଳନ କରାଯାଏ । କାରଣ ଶ୍ରାବଣ ମାସ ଭଗବାନ ଶିବଙ୍କୁ ସମର୍ପିତ । ଏହିମାସର ଅନ୍ତିମ ଦିନ ହେଉଛି ପୂର୍ଣ୍ଣିମା । ସେଥିପାଇଁ ଏହି ଦିନ ଭଗବାନ ଶିବଙ୍କୁ ରାକ୍ଷୀ ବାନ୍ଧିବା ଦ୍ୱାରା ଖୁବ୍ ପ୍ରସନ୍ନ ହୋଇ ମନସ୍କାମନା ପୁରଣ କରିଥାନ୍ତି ।
ଭଗବାନ ବିଷ୍ଣୁ: ଭଗବାନ ବିଷ୍ଣୁଙ୍କର ପ୍ରିୟ ରଙ୍ଗ ହେଉଛି ହଳଦିଆ । ରକ୍ଷାବନ୍ଧନ ଦିନ ବିଷ୍ଣୁଙ୍କୁ ହଳଦି ତିଳକ ଲଗାଇ ହଳଦିଆ ରାକ୍ଷୀ ବାନ୍ଧିବା ଶୁଭ ହୋଇଥାଏ ।
ଶ୍ରୀକୃଷ୍ଣ : ଭଗବାନ ଶ୍ରୀକୃଷ୍ଣଙ୍କୁ ଦ୍ରୌପଦି ରାକ୍ଷୀ ବାନ୍ଧିଥିଲେ । ଭଗବାନ ଶ୍ରୀକୃଷ୍ଣଙ୍କୁ ରାକ୍ଷୀ ବାନ୍ଧିବା ଦ୍ୱାରା ସେ ସମସ୍ତ ପରିସ୍ଥିତିରୁ ରକ୍ଷା କରିଥାନ୍ତି ।
ହନୁମାନ: ହନୁମାନଙ୍କୁ ଲାଲ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ । ଏହାଦ୍ୱାରା ମଙ୍ଗଳ ଗ୍ରହ ଶାନ୍ତ ହୋଇଥାନ୍ତି ଏବଂ ବଳ-ବୁଦ୍ଧି ପ୍ରାପ୍ତି ହୋଇଥାଏ ।