ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା କଟକଣା ମଧ୍ୟରେ ବୈଷ୍ଣବ ଦେବୀ ଭକ୍ତଙ୍କ ପାଇଁ ଖୁସୀ ଖବର । ଏଣିକି ଘରେ ମାତାଙ୍କ ଦର୍ଶନ କରିପାରିବେ ଭକ୍ତ । ସେଥିପାଇଁ ଶ୍ରୀ ବୈଷ୍ଣବ ଦେବୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବହୁତ ଶୀଘ୍ର ମୋବାଇଲ ଆପ୍ ଶୁଭାରମ୍ଭ ହେବାକୁ ଯାଉଛି । ଯାହାଦ୍ୱାରା ଘରେ ବସି ମାତାଙ୍କ ଲାଇଭ ଦର୍ଶନ କରି ପାରିବେ ଭକ୍ତ । ଏହି ଆପ୍ ନବରାତ୍ରିର ପୂର୍ବ ଦିନ ଲଞ୍ଚ କରାଯାଇ ପାରେ ।
ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇ କହିଛନ୍ତି କି, କରୋନା କାଳରେ ଧାର୍ମିକ ସ୍ଥଳରେ ବହୁଳ ମାତ୍ରାର ଶ୍ରଦ୍ଧାଳୁ ଜମା ହେବା ଉପରେ ରୋକ ଲଗାଯାଇଛି । ସେଥିପାଇଁ ନୂତନ ଉପାୟର ପ୍ରସ୍ତୁତ କରାଯାଉଛି । ଏହାସହିତ ଯେଉଁ ଶ୍ରଦ୍ଧାଳୁ ଦେବୀଙ୍କ ପୀଠକୁ ଆସି ପାରିବେ ନାହିଁ ସେମାନେ ଘରେ ବସି ମା’ଙ୍କ ଆର୍ଶିବାଦ ନେଇପାରିବେ । ସେହିପରି ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ଦ୍ୱାରା ଔପଚାରିକ ଭାବେ ଆରମ୍ଭ କରାଯାଇଥିବା ବୈଷ୍ଣବ ଦେବୀଙ୍କ ପୂଜା ପ୍ରସାଦ ର ହୋମ ଡେଲିଭରି ବି ଏହିଭଳି ଜାରି ରହିବ ।
ଏହାପୂର୍ବରୁ ଟ୍ରଷ୍ଟ ପକ୍ଷରୁ ବୈଷ୍ଣବ ଦେବୀ ଧାମରେ ମା’ଙ୍କ ଦର୍ଶନ ପାଇଁ ଅନ୍ୟ ରାଜ୍ୟରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି କରାଯାଇଥିଲା ।