ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଫାଲ୍ଗୁନ ମାସ କୃଷ୍ଣପକ୍ଷ ଏକାଦଶୀ ତିଥିକୁ ବିଜୟ ଏକାଦଶୀ ଭାବେ ପାଳନ କରାଯାଏ । ଚଳିତବର୍ଷ ଫେବୃଆରୀ ୧୬ ଏବଂ ୧୭ ଦୁଇ ଦିନ ପାଳନ କରାଯିବ ବିଜୟ ଏକାଦଶୀ । ଏକାଦଶୀ ବ୍ରତ ରଖିବା ଦ୍ୱାରା ବ୍ୟକ୍ତିଙ୍କର ଦୁଇଗୁଣା ଫଳପ୍ରାପ୍ତି ହୋଇଥାଏ । ଏହିଦିନ ଭଗବାନ ବିଷ୍ଣୁଙ୍କୁ ଆରାଧନା କରାଯାଏ ।
କୁହାଯାଏ କି କୌଣସି ନୂତନ କାର୍ଯ୍ୟର ଶୁଭାରମ୍ଭ ପାଇଁ ବିଜୟ ଏକାଦଶୀ ଦିନ ଶୁଭ ହୋଇଥାଏ । ଏହିଦିନ ଆରମ୍ଭ ହୋଇଥିବା କାର୍ଯ୍ୟ ମଧ୍ୟ ଭଗବାନ ବିଷ୍ଣୁଙ୍କ କୃପାରୁ ସଫଳ ହୋଇଥାଏ ।
ବିଜୟ ଏକାଦଶୀ ପୂଜା ନିୟମ: ନିରାହାର ଏବଂ ଫଳାହାର ଦୁଇଟି ଉପାୟରେ ବିଜୟା ଏକାଦଶୀ ବ୍ରତ ରଖାଯାଇଥାଏ । କିନ୍ତୁ ସମ୍ଭବ ହେଲେ ଜଳ ଏବଂ ଅନ୍ନ ସେବନ କରନ୍ତୁ ନାହିଁ । ଏହା ପୂଣ୍ୟଫଳଦାୟୀ ହୋଇଥାଏ ।
– ଘରେ ଯଦି କେହି ଏକାଦଶୀ ବ୍ରତ ରଖିଥାନ୍ତି ତେବେ ସେହିଦିନ ଘରେ ଅନ୍ନ ରାନ୍ଧନ୍ତୁନି କି ସେବନ କରିବା ଉଚିତ୍ ନୁହେଁ ।
– ଏହିଦିନ ଭୁଲ୍ ରେ ବି ଅପଶବ୍ଧ ବ୍ୟବହାର କରନ୍ତୁ ନାହିଁ, ମିଛ କୁହନ୍ତୁ ନାହିଁ, ବିବାଦଠାରୁ ଦୂରେଇ ରୁହନ୍ତୁ ।
– ମନ, ବଚନ ଏବଂ କର୍ମରେ କାହାରିକୁ ହଇରାଣ କରନ୍ତୁନି ନଚେତ ବ୍ୟର୍ଥ ଯିବ ବ୍ରତ ।
– କୌଣସି ଗରିବ ଲୋକଙ୍କୁ ଭୋଜନ କରାଇବା ସହ ଦାନ କରାନ୍ତୁ ।