ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେବତାମାନଙ୍କ ଦଣ୍ଡାଧୀକାରୀ ହେଉଛି ଶନିଦେବ । ମାନ୍ୟତା ରହିଛି କି ଶନିଦେବଙ୍କ ତପସ୍ୟାରେ ଭଗବାନ ତପସ୍ୟା ହୋଇ ତାଙ୍କୁ ଏହି ପଦ ପ୍ରଦାନ କରିଥିଲେ । ଏହି କାରଣ ପାଇଁ ଶନିଦେବ ପ୍ରତ୍ୟେକ ବ୍ୟକ୍ତିଙ୍କ କର୍ମ ଅନୁସାରେ ହିଁ ତାଙ୍କୁ ଫଳ ପ୍ରଦାନ କରିଥାନ୍ତି । ଭୁଲ ବସତ କରିଥିବା ଭୁଲ ପାଇଁ ମଧ୍ୟ ଶନି ଦଣ୍ଡ ପ୍ରଦାନ କରିଥାନ୍ତି । ଏଥିପାଇଁ ମନୁଷ୍ୟ ବ୍ୟତିତ ଦେବତା ମାନେ ମଧ୍ୟ ଶନିଦେବଙ୍କୁ ଭୟ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଶନିଦେବଙ୍କୁ ମଧ୍ୟ ତାଙ୍କ ଭୁଲ ପାଇର୍ ଶ୍ରାପର ଭୋଗିବାକୁ ପଡିଥିଲା । ତେବେ ଆସନ୍ତୁ ଜାଣିବା ପୌରାଣିକ କଥା..
ବ୍ରହ୍ମପୁରାଣ କଥାନୁସାରେ, ପିଲାଦିନୁ ଭଗବାନ କୃଷ୍ଣଙ୍କ ଭକ୍ତ ଥିଲେ ଶନିଦେବ । ସେ ତାଙ୍କ ଦିନଚର୍ଯ୍ୟାର ଅଧିକାଂଶ ସମୟ କୃଷ୍ଣ ଭଗବାନଙ୍କ ପୂଜାରେ ବିତାଉଥିଲେ । ଏହାପରେ ଯୌବନ ଅବସ୍ଥାରେ ତାଙ୍କ ବିବାହ ଚିତ୍ରରଥଙ୍କ କନ୍ୟାଙ୍କ ସହ କରାଗଲା । ତାଙ୍କ ପତ୍ନୀ ଅତ୍ୟନ୍ତ ପତିବ୍ରତା ଏବଂ ତେଜସ୍ୱୀ ଥିଲେ । କିନ୍ତୁ ବିବାହ ପରେ ମଧ୍ୟ କୃଷ୍ଣଙ୍କ ପୂଜାରେ ସାରାଦିନ ଲୀନ ରହୁଥିଲେ ଶନିଦେବ । ଦିନ ରାତିରେ ଶନିଦେବଙ୍କ ପତ୍ନୀ ଋତୁସ୍ନାନ କରି ପୁତ୍ର ଇଛାରେ ପତି ଶନିଦେବଙ୍କ ନିକଟକୁ ଗଲେ । ମାତ୍ର ଧ୍ୟାନରେ ଲିପ୍ତ ଥିବା ଶନିଦେବ ତାଙ୍କ ପତ୍ନୀଙ୍କ ଆଡକୁ ଚାହିଁଲେ ନାହିଁ । ଏହାକୁ ଅପମାନ ବୋଲି ଭାବି ସେ ଶନିଦେବଙ୍କଚ ଶ୍ରାପ ଦେଇଦେଲେ ।
ଶନିଦେବଙ୍କୁ ତାଙ୍କ ପତ୍ନୀ ଶ୍ରାପ ଦେଇ କହିଲେ କି, ସେ ଯାହାକୁ ବି ଆଖି ଉଠାଇ ଦେଖିବେ ତାହା ନଷ୍ଟ ହୋଇଯିବ । ଏହାପରେ ଶନିଦେବଙ୍କ ଧ୍ୟାନ ଭଙ୍ଗ ହେବା ପରେ ସେ ତାଙ୍କ ପତ୍ନୀଙ୍କୁ ବୁଝାଇଲେ ଏବଂ କ୍ଷମା ମାଗିଲେ । ଶାନିଦେବଙ୍କ ପତ୍ନୀ ମଧ୍ୟ ତାଙ୍କ ଭୁଲକୁ ଅନୁଭବ କରିଥିଲେ। କିନ୍ତୁ ତାଙ୍କର ଅଭିଶାପ ପ୍ରତ୍ୟାହାର କରିବାର ଶକ୍ତି ତାଙ୍କ ପାଖରେ ନଥିଲା। ଏହି କାରଣରୁ ଶନି ଦେବ ମୁଣ୍ଡ ତଳକୁ କରି ଚାଲନ୍ତି ଯାହାଦ୍ୱାରା ଅକାରଣରେ କାହାରି କ୍ଷତି ନହେବ ।