ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁଧର୍ମରେ ପ୍ରତ୍ୟେକ ଦିନର ଖାସ୍ ମହତ୍ୱ ରହିଛି । ସେହିପରି ବାର ଅନୁଯାୟୀ ଭିନ୍ନ ଭିନ୍ନ ଦେବା-ଦେବୀଙ୍କୁ ପୂଜା କରାଯାଇଥାଏ । ଆପଣମାନେ ସମସ୍ତେ ଜାଣିଥିବେ ଯେ ରବିବାର ହେଉଛି ସୂର୍ଯ୍ୟ ଦେବଙ୍କ ବାର । ଏହି ଦିନ ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ କରି ଯେକୌଣସି କଷ୍ଟରୁ ରକ୍ଷା ପାଇ ପାରିବେ । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରିବା ପାଇଁ କେଉଁ ଉପାୟ ଅବଲମ୍ବନ କରିବେ ।
- ରବିବାର ସନ୍ଧ୍ୟାରେ ବରଗଛ ମୂଳେ ଦୀପ ଜାଳିବା ଦ୍ୱାରା ଆପଣଙ୍କର ଅନେକ କାମ ସହଜରେ ହୋଇଯାଇ ପାରିବ ।
- ଏହାସହିତ ସନ୍ଧ୍ୟାରେ ବରଗଛ ମୂଳେ ଚାରିମୁଖୀ ଦୀପ ଜାଳନ୍ତୁ । ଏହାଦ୍ୱାରା ବେପାର ବୃଦ୍ଧି ହେବ ।
- ରବିବାର ଦିନ ଏହି ଉପାୟ କରିବା ଦ୍ୱାରା କେବଳ ସୂର୍ଯ୍ୟଦେବ ପ୍ରସନ୍ନ ହୋଇନଥାନ୍ତି ବରଂ ଶନିଦେବ ମଧ୍ୟ କୃପା ଲାଭ କରିଥାନ୍ତି ।
- ଯଦି ଆପଣ ରବିବାର ବ୍ରତ ରଖନ୍ତି ତେବେ ଆପଣଙ୍କ ଚାକିରୀରେ ଉଚ୍ଚ ପଦବୀ ଏବଂ ପ୍ରତିଷ୍ଠା ଲାଭ ହେବ ।
- ରବିବାର ଦିନ ସୂର୍ଯ୍ୟ ନମସ୍କାର ଏବଂ ସୂର୍ଯ୍ୟ ପୂଜା କରି ଦିନ ଆରମ୍ଭ କରନ୍ତୁ ।