ଚୀନ୍ (ଏଟିଆର ବ୍ୟୁରୋ): ସାଧାରଣତଃ ସାଙ୍ଗସାଥୀ ମଧ୍ୟରେ ବିଭିନ୍ନ କଥାକୁ ନେଇ ସର୍ତ୍ତ ଲଗାଯାଇଥାଏ । ଯେପରିକି ଗଛରେ ଚଢିବା, କାହା ବାଡିିରୁ ଚୋରି କରିବା, ଲଙ୍କା ଖାଇବା ଆଦି । କିନ୍ତୁ ନିକଟରେ ଜଣେ ଯୁବକ ଏଭଳି ଏକ ସର୍ତ୍ତକୁ ପୂରଣ କରିଛନ୍ତି । ଯାହାକୁ ନେଇ ଚାରିଆଡେ ଖୁବ୍ ଚର୍ଚ୍ଚା ହେବା ସହ ଭିଡିଓ ଭାଇରାଲ ହେବାରେ ଲାଗିଛି । ଆଜ୍ଞା ହଁ ଚୀନର ଏକ ସ୍ଥାନରେ ଅୟୋଜିତ ହୋଇଥିବା ଲଙ୍କା ଉତ୍ସବରେ ଜଣେ ବ୍ୟକ୍ତି ୧ ମିନିଟରେ ୫୦ଟି ଲଙ୍କା ଖାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ପ୍ରକୃତରେ କଥାଟା ଶୁୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ ।
ପ୍ରତିବର୍ଷ ଚୀନର ହୂନାନ ଅଂଚଳରେ ଏହି ଲଙ୍କା ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହି ଉତ୍ସବରେ ଲଙ୍କା ଖାଇବା ପ୍ରତିଯୋଗୀତା ରଖାଯାଇଥାଏ । ଏଥିରେ ଲଙ୍କା ଖାଉଥିବା ଲୋକମାନେ ଭାଗ ନେଇଥାନ୍ତି । ତେବେ ଚଳିତ ବର୍ଷ ଏହି ପ୍ରତିଯୋଗୀତା ନିଙ୍ଗାସିୟାଙ୍ଗ ସହରର ଏକ ପାର୍କରେ ଅନୁଷ୍ଠିତ ହୋଇଥିଲା ।ଏଥିରେ କେବଳ ୧୦ ଜଣ ବ୍ୟକ୍ତି ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ତାଙ୍ଗ ଶୁଇହୁଇ ନାମକ ଜଣେ ସ୍ଥାନୀୟ ଯୁବକ ୧ ମିନିଟରେ ୫୦ଟି ଲଙ୍କା ଖାଇ ବିଜେତା ହୋଇଥିଲେ । ଏବଂ ତାଙ୍କୁ ୩ ଗ୍ରାମର ଏକ ସୁନା କଏନ ଉପହାର ସୂରପ ପ୍ରଦାନ କରାଯାଇଥିଲା ।