ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦର୍ଶକବନ୍ଧୁ ଆପଣମାନେ ଅନେକ ରାଜଭବନ ବିଷୟରେ ଜାଣିଥିବେ ଏବଂ ଦେଖିଥିବେ ମଧ୍ୟ । କିନ୍ତୁ ଦେଶରେ ଏଭଳି ଏକ ରାଜଭବନ ରହିଛି ଯେଉଁଠିକୁ ଯିବାକୁ ଦରକାର ଜିଗରରରେ ଦମ୍ । ସେହିପରି ରାଜସ୍ଥାନରେ ଅବସ୍ଥିତ ଭାନଗଡର ରାଜପ୍ରସାଦ ପଛରେ ଅନେକ ଅଜଣା ରହସ୍ୟ ରହିଛି । କୁହାଯାଏ କି ଆଜି ମଧ୍ୟ ଭାନଗଡର ଏହି କିଲାରେ ଦେଖିବାକୁ ମିଳେ ବିଭିନ୍ନ ଅତୃତ୍ପଆତ୍ମାର ଭୟାନକ କାରନାମା ।
ଇତିହାସ ଅନୁଯାୟୀ, ବହୁ ବର୍ଷ ପୂର୍ବେ ଯୋଗୀ ବାଲୁନାଥଙ୍କ ତପସ୍ଥଳକୁ ଭାନଗଡ କିଲାରେ ପରିଣତ କରାଯାଇଥିଲା । ଯୋଗୀ ଜଣଙ୍କ ରାଜାଙ୍କ ନିକଟରେ ଏକ ସର୍ତ୍ତ ରଖିବା ପରେ ତାଙ୍କୁ ଏହି ସ୍ଥାନ ଦାନ କରିଥିଲେ । ସର୍ତ୍ତଅନୁଯାୟୀ, କିଲା ଏଭଳି ଭାବେ ନିର୍ମାଣ କରାଯିବ ଯାହାପରେ ତାହାର ଛାଇ କୌଣସି ମତେ ତାଙ୍କର ତପସ୍ଥଳରେ ପଡିବ ନାହିଁ । ମହାରାଜା ଭଗବନ୍ତଦାସ ତାଙ୍କ ସର୍ତ୍ତକୁ ମାନିବା ସହ ନିଜ ବଚନର ମାନ ରଖି ର୍ନିମାଣ କରିଥିଲେ ବିଶାଳ ଭାନଗଡ କିଲା । କିନ୍ତୁ ପରବର୍ତ୍ତୀ ସମୟରେ ନା ରହିଲେ ରାଜା, ନା ରହିଲା ତାଙ୍କ ବଚନ । କିଛି ବର୍ଷ ପରେ କିଲାର ଗଠନକୁ ପରିବର୍ତ୍ତନ କରିଥିଲେ ରାଜାଙ୍କ ବଂଶଜ ମାଧୋସିଂହ । ସେ କିଲାର ଉପରମହଲାରେ ଏକ ସ୍ତୁପ ନିର୍ମାଣ କରିଥିଲେ ଯାହାର ଛାଇ ଯୋଗୀଙ୍କ ତପସ୍ଥଳରେ ସିଧାସଳଖ ପଡିଥିଲା । ଯାହା କାରଣରୁ ଯୋଗୀ ଜଣଙ୍କ କ୍ରୋଧିତ ହୋଇ ଭାନଗଡ଼ କିଲା ଏବଂ ଏହାର ବଂଶଜଙ୍କୁ ଅଭିଶାପ ଦେଇଥିଲେ । ଫଳରେ କିଲାଟି ହୋଇଯାଇଥିଲା ବରବାଦ ।
ଗୋଟେ ସମୟରେ ଭାନଗଡ଼ କିଲାର ରାଜକୁମାରୀ ରତ୍ନାବତୀ ସେ ସମୟର ସବୁଠାରୁ ସୁନ୍ଦର ରାଜକୁମାରୀ ଥିଲେ । ତାଙ୍କ ସୁନ୍ଦରତାର ଚର୍ଚ୍ଚା ଆଖପାଖ ରାଜ୍ୟ ସହ ସଂପୂର୍ଣ୍ଣ ଦେଶରେ ହେଉଥିଲା । ପ୍ରାୟ ସମସ୍ତ ଦେଶ ଏବଂ ରାଜ୍ୟର ରାଜକୁମାର ତାଙ୍କୁ ବିବାହ କରିବା ପାଇଁ ଚେଷ୍ଟା ଚଲାଇଥିଲେ । ସେ ସମୟରେ ତାଙ୍କର ବୟସ ଥିଲା ମାତ୍ର ୧୮ ବର୍ଷ ।
ରାଜକୁମାରୀ ଦିନେ ତାଙ୍କ ସଖିମାନଙ୍କ ସହ ବଜାରକୁ ବୁଲିବାକୁ ଯାଇଥିଲେ । ବୁଲୁବୁଲୁ ସେ ପହଞ୍ଚିଥିଲେ ଏକ ଇତର ଦୋକାନରେ । ଇତର କିଣିବା ପାଇଁ ତାହାକୁ ଶୁଙ୍ଘୁଥିବା ସମୟରେ ଦୋକାନରୁ ମାତ୍ର କିଛି ଦୂରରେ ଠିଆ ହୋଇ ଯାଦୁଗର ସିନ୍ଧୁ ସେବଡା ରାଜକୁମାରୀକୁ ଦେଖୁଥିଲେ । ଯାଦୁଗର ସିନ୍ଧୁ କଳାଯାଦୁଗରରେ ମାହିର ଥିଲା । ସୂତ୍ରଅନୁଯାୟୀ, ସେ ଜାଦୁଗର ରାଜକୁମାରୀଙ୍କ ପ୍ରେମରେ ଉବୁଡୁବୁ ହେଉଥିଲା । ସେ ଯେକୌଣସି ମତେ ରାଜକୁମାରୀକୁ ନିଜର କରିବାକୁ ଚାହୁଁଥିଲା । ଏଥିପାଇଁ ସେ ବିଛାଇଥିଲା ବସିକରଣର ଜାଲ । ରାଣୀଙ୍କୁ ବସିକରଣ କରିବା ପାଇଁ ଇତର ଦୋକାନର ଇତରକୁ କରିଥିଲା କଳାଜାଦୁ । କିନ୍ତୁ ଏ ବିଷୟରେ ଜାଣିପାରିଥିଲେ ରାଜକୁମାରୀ ।। ଫଳରେ ରାଜକୁମାରୀ ସେହି ଇତର ବୋତଲକୁ ଉଠାଇ ସେଠାରେ ଥିବା ଏକ ପଥର ଉପରକୁ ଫୋପାଡି ଦେଇଥିଲେ । ବସିକରଣର ମନ୍ତ୍ର ଜଡିତ ସେହି ଇତର ପଡିବା ଦ୍ୱାରା ସେହି ପଥର ଜାଦୁଗର ପଛରେ ଯାଇ ତାକୁ ଛେଚିଛେଚି ହତ୍ୟା କରିଦେଇଥିଲା । ପଥର ଦ୍ୱାରା ଦଳିତ ହୋଇ ମରିବା ସମୟରେ ଜାଦୁଗର ସପୂର୍ଣ୍ଣ କିଲାକୁ ଅଭିଶାପ ଦେଇଥିଲା । “ଏହି କିଲାରେ ରହୁଥିବା କୌଣସି ବ୍ୟକ୍ତି ଜୀବନ୍ତ ରହିବେ ନାହିଁ ଏପରି କି ତାଙ୍କର ବଂଶ ନିପାତ ହୋଇଯିବ । ଖାଲି ତାହା ନୁହଁ ତାଙ୍କର ଆତ୍ମା କୌଣସି ମତେ ମୁକ୍ତି ପାଇବ ନାହିଁ ଏହି କିଲାରେ ହିଁ ଅତୃତ୍ପଆତ୍ମ ଭଳି ବୁଲୁଥିବ ।”
ଏହି ଅଭିଶାପର କିଛି କ୍ଷଣ ମଧ୍ୟରେ ଭାନଗଡ଼ ଉପରେ ଅଜବଗଡ ଅକ୍ରମଣ କରିବା ସହ ଭାନଗଡର ସମସ୍ତ ରାଜ୍ୟବାସୀ ସହ ରାଜପ୍ରସାଦ ମଧ୍ୟ ନଷ୍ଟ ହୋଇଯାଇଥିଲା । ଘଟିଥିଲା ଭାନଗଡ଼ର ଅଧିପତନ । ସ୍ଥାନୀୟବାସିନ୍ଦାଙ୍କ କହିବା ଅନୁଯାୟୀ ଆଜି ମଧ୍ୟ ଭାନଗଡର ସେହି କିଲାରେ ରାଜକୁମାରୀ ରତ୍ନାବତୀଙ୍କ ଅତୃତ୍ପଆତ୍ମ ବୁଲୁଛି ।
ଆସନ୍ତୁ ଜାଣିବା ବର୍ତ୍ତମାନର କିଛି ଘଟଣା ବିଷୟରେ ଯାହା ପ୍ରମାଣ କରେ ଭାନଗଡର ଏହି କାହାଣୀର ସତ୍ୟତା:
ଆପଣଙ୍କୁ କହିବାକୁ ଚାହିଁବୁ ଭାନଗଡ କିଲାକୁ ଭାରତୀୟ ସରକାରଙ୍କ ଦ୍ୱାରା ଭୟଙ୍କର ସ୍ଥାନ ଭାବରେ ଚିହ୍ନଟ କରାଯାଇଛି । ଏପରି କି ଏଠାରେ ସୂର୍ୟ୍ୟାସ୍ଥ ଏବଂ ସୂର୍ୟ୍ୟାଦୟ ପୂର୍ବରୁ ପ୍ରବେଶ ନିଶେଦ୍ଧ କରାଯାଇଛି । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଅନେକଥର ରାତିରେ କିଲାରୁ କାହାର ଚିଲ୍ଲାଇବା ଏବଂ ବିକଳ ହୋଇ କାନ୍ଦିବା ସ୍ୱର ଶୁଣାଯାଇଥାଏ । ଅନେକ ଥର କିଛି ଛାଇ ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ଏଇ କଥାରେ କେତେ ସତ୍ୟତା ରହିଛି ତାହା କାହାକୁ ଜଣାନାହିଁ । ଦର୍ଶନୀୟସ୍ଥାନ ଭାବେ ବୁଲିଯାଉଥିବା ପର୍ୟ୍ୟଟକ ସେଠାରେ କିଛି ଅଭାବନୀୟ ଘଟଣା ମଧ୍ୟ ଅନୁଭୁତ କରିଛନ୍ତି । ତେବେ ଆପଣଙ୍କୁ କିଲାର ପ୍ରବେଶ ଦ୍ୱାରରେ ସରକାରଙ୍କ ଦ୍ୱାରା ଭାନଗଡ଼ କିଲାକୁ ନେଇ ଏକ ସର୍ତ୍ତକ ବୋର୍ଡ ଲାଗିଥିବାର ଦେଖିବାକୁ ମିଳିବ । ଯାହା ଏହି କଥାର ସତ୍ୟତାକୁ କିଛିଟା ମାତ୍ରାରେ ପ୍ରମାଣିତ କରିଥାଏ ।