ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦେଶର ପ୍ରତ୍ୟେକ ରାଜ୍ୟରେ ବିଭିନ୍ନ ପରମ୍ପରା ଓ ପ୍ରଥା ପ୍ରଚଳିତ ହୋଇ ଆସୁଛି । ଏଭଳି ଅନେକ ପ୍ରଥା ଅଛି ଯାହା ଏପର୍ଯ୍ୟନ୍ତ ଆପଣମାନେ ଅଜଣା ଥିବେ । ଆଜି ଆମେ ଆପଣଙ୍କୁ ଏଭଳି ଏକ ରାଜ୍ୟର ପ୍ରଥା ବିଷୟରେ କହିବାକୁ ଯାଉଛୁ, ଯାହାକୁ ଜାଣିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଆଜ୍ଞା ହଁ ଛତିଶଗଡର ରାମନାମୀ ସମାଜରେ ଏକ ବଡ ପ୍ରଥା ପ୍ରଚଳିତ ହୋଇ ଆସୁଛି । ପ୍ରକୃରେ ଏହି ସମାଜରେ ପ୍ରତ୍ୟେକ ଲୋକ ନିଜ ପୂରା ଶରୀରରେ ରାମନାମ ଟାଟୁ ବନାଇ ଥାନ୍ତି । ଏହି ପ୍ରଥା ୧୦୦ ବର୍ଷରୁ ଅଧିକ ସମୟ ହେଲା ପ୍ରଚଳିତ ହୋଇ ଆସୁଛି । ଏହି ସମାଜର ଲୋକ କୌଣସି ମନ୍ଦିର ଯାଆନ୍ତି ନାହିଁ କି ମୂର୍ତ୍ତି ପୂଜିବାରେ ବିଶ୍ୱାସ ରଖନ୍ତି ନାହିଁ ।
କୁହାଯାଏ କି ହିନ୍ଦୁଧର୍ମର ଉଚ୍ଚ ଜାତିର ଲୋକମାନେ ଏହି ଗାଁରେ ରହୁଥିଲେ । ସେମାନେ ଏହି ସମାଜର ଲୋକଙ୍କୁ ମନ୍ଦିରରେ ପ୍ରବେଶ କରିବା ପାଇଁ ମନା କରିଦେଇଥିଲେ । ସେବେଠୁ ଏମାନେ ତାଙ୍କୁ ବିରୋଧ କରିବା ସହ ପୁରା ଶରୀରରେ ରାମନାମ ଟାଟୁ କରିବା ଆରମ୍ଭ କରିଦେଇଥିଲେ । ସେବେଠାରୁ ଏହି ପ୍ରଥା ପ୍ରଚଳିତ ହୋଇ ଆସୁଛି । ସେଥିପାଇଁ ଏମାନେ ମନ୍ଦିର ଯାଆନ୍ତି ନାହିଁ କି ମୂର୍ତ୍ତି ପୂଜା ମଧ୍ୟ କରନ୍ତି ନାହିଁ ।