ମୋହାଲି (ଏଟିଆର ବ୍ୟୁରୋ); ଖାତା ଖୋଲିଲା ବିରାଟ ବାହିନୀ । ଚଳିତ ଆଇପିଏଲରେ ବାଙ୍ଗାଲୋର ୭ଟି ମ୍ୟାଚ ଖେଳି ପ୍ରଥମ ବିଜୟ ହାସଲ କରିଛି । ଶନିବାର ୨୮ତମ ମ୍ୟାଚ୍ରେ ବିରାଟ କୋହଲିଙ୍କ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ଦଳର ଭାଗ୍ୟ ଉଦୟ ହୋଇଛି। କିଙ୍ଗସ ଏକାଦଶ ପଞ୍ଜାବକୁ ୮ ୱିକେଟ୍ ବ୍ୟବଧାନରେ ହରାଇ ଆରସିବି ସପ୍ତମ ମ୍ୟାଚ୍ରୁ ପ୍ରଥମ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ଘରୋଇ ମାଟିରେ ଚଳିତ ଋତୁର ପ୍ରଥମ ପରାଜୟ ସହିତ ରବିଚନ୍ଦ୍ରନ୍ ଅଶ୍ବିନଙ୍କ ଦଳ ୮ ମ୍ୟାଚ୍ରୁ ୮ ପଏଣ୍ଟରେ ସୀମିତ ରହିଛି।
ବାଙ୍ଗାଲୋର ପ୍ରଥମରୁ ପାର୍ଥିବ ପଟେଲ (୧୯, ୯ ବଲ୍, ୪ ଚୌକା)ଙ୍କୁ ହରାଇଥିଲା। ଏହା ପରେ କିନ୍ତୁ ଦଳର ଦୁଇ ନିର୍ଭରଯୋଗ୍ୟ ଖେଳାଳି ବିରାଟ କୋହଲି (୬୭, ୫୩ ବଲ୍, ୮ ଚୌକା) ଏବଂ ଏବି ଡି’ଭିଲିୟର୍ସ (୫୯ଞ୍ଚ, ୩୮ ବଲ୍, ୫ଚୌକା, ୨ ଛକା) ୮୫ ରନ୍ ଭାଗୀଦାରି କରିବାରୁ ଦଳ ବିଜୟ ମୁହାଁ ହୋଇଥିଲା। କୋହଲିଙ୍କୁ ମହମ୍ମଦ ସାମି ଆଉଟ୍ କରିବା ପରେ ମାର୍କସ ଷ୍ଟୋଇନିସ୍ (୨୮ଞ୍ଚ, ୧୬ ବଲ୍, ୪ ଚୌକା) ଦଳକୁ ୪ ବଲ୍ ପୂର୍ବରୁ ୮ ୱିକେଟ୍ରେ ଜିତାଇ ଦେଇଥିଲେ। ଏବି ଡିଭିଲିୟର୍ସଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ସଂକ୍ଷିପ୍ତ ସ୍କୋର: କିଙ୍ଗସ ଇଲେଭେନ୍ ପଞ୍ଜାବ ୨୦ ଓଭରରେ ୧୭୩/୪ (କ୍ରିସ୍ ଗେଲ୍-୯୯ଞ୍ଚ, ୟୁଜବେନ୍ଦ୍ର ଚହଲ-୨/୩୩, ମୋଇନ୍ ଅଲୀ-୧/୧୯, ମହମ୍ମଦ ସିରାଜ-୧/୫୪)। ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ୧୯.୨ ଓଭରରେ ୧୭୪/୨ (ବିରାଟ କୋହଲି-୬୭, ଏବି ଡି’ଭିଲିୟର୍ସ-୫୯ଞ୍ଚ, ମାର୍କସ ଷ୍ଟୋଇନିସ୍-୨୮ଞ୍ଚ, ଆର୍ ଅଶ୍ବିନ-୧/୩୦, ମହମ୍ମଦ ସାମି-୧/୪୩)।