କୋଲକାତା(ଏଟିଆର ବ୍ୟୁରୋ): କୋଲକତା ଇଡେନ ଗାର୍ଡେନରେ ଖେଳା ଯାଉଥିବା ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ ଦେଖିବାକୁ କୋଲକତା ପହଞ୍ଚିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା । ବିମାନ ବନ୍ଦରରେ ଶେଖ ହସିନା ପହଞ୍ଚିବା ପରେ ସେଠାରେ ତାଙ୍କୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସ୍ୱାଗତ କରିଛନ୍ତି । ପାରମ୍ପରିକ ବେଲ୍ ବଜାଇ ଏହି ମ୍ୟାଚକୁ ଶେଖ ହସିନା ଉଦଘାଟନ କରିଛନ୍ତି ।
ତାଙ୍କ ସହ ପଶ୍ଚିମବଙ୍ଗ ପ୍ରଧାନମନ୍ତ୍ରୀ ମମତା ବନାର୍ଜୀ ଷ୍ଟାଡିୟମରେ ବସି ମ୍ୟାଚ ଦେଖୁଛନ୍ତି । ବାଂଲାଦେଶର କ୍ୟାପ୍ଟେନ ମୋମିନୁଲ ହକ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛନ୍ତି । ପ୍ରଥମ ଥର ପାଇଁ ଭାରତରେ ପିଙ୍କ ବଲ୍ ଟେଷ୍ଟ ଆୟୋଜିତ୍ କରାଯାଇଛି । ଏହା ପୂର୍ବରୁ ଅନ୍ୟ ଦେଶମାନଙ୍କରେ ସର୍ବମୋଟ ୧୧ ଟି ଡେ-ନାଇଟ ଟେଷ୍ଟ ପିଙ୍କ ବଲ୍ ଦ୍ୱାରା ଖେଳାଯାଇଛି କିନ୍ତୁ ପ୍ରଥମ ଥର ପାଇଁ ଏଭଳି ଟେଷ୍ଟରେ ଭାରତ ସାମିଲ ହୋଇଛି ।